Only for Entertainment

‘ରୋଲ କାକା’ ନାମରେ ପରିଚିତ ଏହି ଜୋମାଟୋ ଡେଲିଭରୀ ବଏ, ଅର୍ଡର କ୍ୟାନସଲ ହେବା ପରେ କରନ୍ତି ଏହି କାମ

LatestLY
27

ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋ ଏଇ ମାସରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ଦିବ୍ୟାଙ୍ଗଙ୍କୁ ଫୁଡ୍‌ ଡେଲିଭରୀ କାମରେ ନିୟୋଜିତ କରିଥିବାରୁ ପ୍ରଶଂସାର ପାତ୍ର ହୋଇଥିଲା ଜୋମାଟୋ । ଏବେ ଆଉ ଜଣେ ଡେଲିଭରୀ ବଏ ଯେଉଁ କାମ କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଜୋମାଟୋର ଜଣେ ଡେଲିଭରୀ ବଏ ଅର୍ଡର କ୍ୟାନ୍‌ସଲ ହେବା ପରେ କ୍ୟାନ୍‌ସଲ ହୋଇଥିବା ଖାଦ୍ୟକୁ ଗରିବ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିବା ଜଣାପଡ଼ିଛି । ଡେଲିଭରୀ ବଏଙ୍କ ଏଭଳି କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Zom12

କୋଲକାତାର ପଥିକ୍ରିତ ଶାହା ନାମକ ଏହି ଡେଲିଭରୀ ବଏକଙ୍କୁ ଛୋଟ ପିଲାମାନେ ରୋଲ କାକା ବୋଲି ଡ଼ାକିଥାନ୍ତି । କେତେ ବେଳେ ଅଣ୍ଡା ତ କେତେ ବେଳେ ଚିକେନ ରୋଲ ନେଇ ଗରିବ ପିଲାମାନଙ୍କ ପାଖରେ ପହଞ୍ଚନ୍ତି ପଥିକ୍ରିତ । ବେଳେ ବେଳେ ବିରିୟାନୀ ବା ଅନ୍ୟ ସ୍ୱାଦିଷ୍ଟ ଜିନିଷ ନେଇ ପହଞ୍ଚିଥାନ୍ତି ସେ । ଅର୍ଡର କ୍ୟାନ୍‌ସଲ ହେବା ପରେ ଖାଦ୍ୟ ଫିଙ୍ଗିବା ପରିବର୍ତ୍ତେ ପଥିକ୍ରିତ ଏଭଳି କାମ କରୁଥିବା ଜାଣି ଏବେ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More