Only for Entertainment

ଆପଣ ଖାଉଥିବା ସ୍ୱାଦିଷ୍ଟ କାଜୁ ପାଇଁ ଜଳିଯାଏ ୧୨ ବର୍ଷର କୁନି ଝିଅଟିର ହାତ ।

oddnari
56

ଆପଣ ଖାଉଥିବା କାଜୁ ଖୁବ ସ୍ୱାଦିଷ୍ଟ । ତାହା ଛାଣିକୁ ଖାଆନ୍ତୁ ବା ବର୍ଫି ପ୍ରସ୍ତୁତ କରି । କିନ୍ତୁ କ’ଣ ଆପଣ ଜାଣନ୍ତି କି ଏହା ଆପଣଙ୍କ ନିକଟକୁ କିଭଳି ପହଂଚିଥାଏ । କିନ୍ତୁ ଏହି କାଜୁ ଚୋପା ବାଦାମ ଚୋପା ଭଳି ହୋଇନଥାଏ । ଏହା ଖୁବ ମୋଟା ଆସ୍ତରଣ । ଏହାକୁ କେବଳ ଆଙ୍ଗୁଠିରେ ଚାପ ଦେଇ ବାହାର କରି ହୋଇନଥାଏ ।

କାଜୁକୁ ଗଛରୁ ଆଣିବା ପରେ ପ୍ରଥମେ ତାପମାତ୍ରା ଦିଆଯାଏ । ଏହାକୁ ୨୪ଘଂଟା ଖରାରେ ଶୁଖାଯାଏ । ଏହାପରେ ଏହାକୁ ଛଡ଼ାଇବା କାମ ଆରମ୍ଭ ହୋଇଥାଏ । ଏହାପରେ ଏହାକୁ ଅଲଗା କରାଯାଏ । ତାହାପରେ ଲୋକଙ୍କ ନିକଟରେ ପହଂଚିବା ପାଇଁ ଦୋକାନକୁ ସପ୍ଲାଇ କରାଯାଏ ।

କାଜୁର କଠିନ ଚୋପାରେ ଏସିଡ ଥାଏ । ଯାହାକୁ ଏନାକାର୍ଡ଼ିକ ଏସିଡ କୁହାଯାଏ । ଏହି ଏସିଡ ହାତକୁ ଜାଳିଦିଏ । ଏହା ଦ୍ୱାରା ଭୟଙ୍କର ଜଳାପୋଡ଼ା ହୋଇଥାଏ । ପ୍ରତିଦିନ କାମ କରିବା ଦ୍ୱାରା ହାତ ସଂପୂର୍ଣ୍ଣ ଭାବରେ ଜଳିଯାଏ । ସବୁଠାରୁ ଦୁଃଖର କଥା ହେଉଛି ଏଠାରେ କାମ କରୁଥିବା ମହିଳା ଯେତେବେଳେ ଘର କାମ କରନ୍ତି ଖୁବ ଯନ୍ତ୍ରଣା ପାଆନ୍ତି ଏବଂ ଖାଇବା ସମୟରେ ମଧ୍ୟ ଖୁବ କଷ୍ଟ ହୋଇଥାଏ । ୧ କିଲୋ କାଜୁରୁ ଚୋପା ଛଡ଼ାଇଲେ ୬ରୁ ୬ଟଙ୍କା ୫୦ ପଇସା ମିଳେ । ଏହିଭଳି ଦିନକୁ ୩୦ରୁ ୩୫କିଲୋ କାଜୁରୁ ଚୋପା ଛଡ଼ାଇବାକୁ ପଡ଼େ । ୧୨ରୁ ୧୩ ବର୍ଷର ଝିଅ ମଧ୍ୟ ଏହି କାମ କରନ୍ତି । ମହିଳା ଏବଂ ପିଲାମାନଙ୍କ ଟଙ୍କାରେ ଘର ଚଳେ । ସମୟରେ ଟଙ୍କା ମିଳିବା ମଧ୍ୟ ଏମାନଙ୍କ ପାଇଁ କଷ୍ଟ ହୋଇଯାଏ ।

ତାମିଲନାଡୁର ପୁଦୁକୁପମ ଗାଁର ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତି କାଜୁ ଛଡ଼ାଇବା ସମୟରେ ଏସିଡ ଲାଗି ଯନ୍ତ୍ରଣା ପାଇ ହସ୍ପିଟାଲ ଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More