Only for Entertainment

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା ସାଜିଲେ ସୁରୈୟା ଜାନ, ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଚତୁର୍ଥ ପୋଷ୍ଟ ଆସିଲା ସାମ୍ନାକୁ !

bollywoodlife
0 25

ଆମୀର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ଧମାକାଦାର ଗୋଟେ ପରେ ଗୋଟେ ପୋଷ୍ଟର ଦେଖିବାକୁ ମିଳୁଛି । ଏହି ଫିଲ୍ମର ମୁଖ୍ୟ କଳାକାରଙ୍କୁ ଆମୀର ପ୍ରତିଦିନ ସାମ୍ନାକୁ ଆଣୁଛନ୍ତି । ଏବେ ଏହି ଫିଲ୍ମର ଚତୁର୍ଥ ମୋଶନ ପୋଷ୍ଟର ରିଲିଜ ହୋଇଛି । ଏବେ ପୋଷ୍ଟର ଆସିଛି ଏହି ଫିଲ୍ମର ମୁଖ୍ୟ ନାୟିକା କ୍ୟାଟରୀନାଙ୍କ ପୋଷ୍ଟର । ଆମୀର ଖୁବ ସୁନ୍ଦର ଅନ୍ଦାଜରେ କରିଛନ୍ତି କ୍ୟାଟଙ୍କୁ ସ୍ୱାଗତ ଏବଂ ଟ୍ୱିଟ କରି ଲେଖିଛନ୍ତି ‘ସୁରୈୟା ଜାନ’ସବୁଠାରୁ ସୁନ୍ଦର ଠଗ ! ଧୁମ ୩ରୁ ତାଙ୍କ ହୃଦୟ କ୍ୟାଟ କିଣି ନେଇଛନ୍ତି, ଏହା କେବେ କହିବାକୁ ତାଙ୍କୁ ସାହସ ହୋଇନାହିଁ । ଯଦି ଏହା କହି କ୍ୟାଟଙ୍କୁ କହି ଦିଅନ୍ତି ତେବେ ସେ ତାଙ୍କ ଉପରେ ଦୟା କରିବ ବୋଲି ଆମୀର ଟ୍ୱିଟ କରିଛନ୍ତି ।

ଏହି ମୋଶନ ପୋଷ୍ଟରରେ କ୍ୟାଟ ଖୁବ ସୁନ୍ଦର ନଜର ଆସିଛନ୍ତି , ଏବଂ ଆମୀରଙ୍କ ଏଭଳି ପ୍ରଶଂସା ପରେ ଦର୍ଶକଙ୍କ ମନରେ କ୍ୟାଟଙ୍କ ପାଇଁ ଉତ୍ସାହ ବଢିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More