Only for Entertainment

ସୋସିଆଲ୍‌ ମିଡିଆରେ ଚହଳ ପକାଇଲା ମହାରାଷ୍ଟ୍ରରେ ଥିବା ଟାଇଗର୍‌ ରିଜର୍ଭର ଏକ ଭିଡିଓ, ଦେଖନ୍ତୁ !

indiatoday
37

ମହାରାଷ୍ଟ୍ରରେ ଥିବା ତଡୋବା ଅନ୍ଧେରୀ ଟାଇଗର୍‌ ରିଜର୍ଭର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ କରାଇବା ଏବେ ପ୍ରଶାସନର ଦାୟିତ୍ୱ ହୋଇପଡ଼ିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଙ୍ଗଲ ଭିତରେ ବନ୍ୟ ଜନ୍ତୁମାନଙ୍କୁ ପାଖରୁ ଦେଖିବା ପାଇଁ ସଫାରି ଭ୍ରମଣରେ ଯାଇଥିବା ପର୍ଯ୍ୟଟକମାନଙ୍କୁ ଏକ ବାଘୁଣୀ ଦୃତ ଗତିରେ ଗୋଡ଼ାଇବାରେ ଲାଗିଛି। ଏହି ପରିସ୍ଥିତିରେ ଜିପ୍‌ ଚାଳକ ଜଣକ ଖୁବ୍‌ ଜୋର୍‌ରେ ଗାଡ଼ି ଚଳାଇ ନିଜକୁ ଓ ଜିପ୍‌ରେ ଥିବା ଅନ୍ୟ ପର୍ଯ୍ୟଟକମାନଙ୍କୁ ବଞ୍ଚାଇଛନ୍ତି ସତ, ମାତ୍ର ବାଘୁଣୀଟି ଗାଡ଼ିର ମାତ୍ର ଅଳ୍ପ କେତେ ମିଟର୍‌ ଦୂରତାରେ ଥିବା ଦେଖିବାକୁ ମିଳିଛି।

ଏହି ଘଟଣାଟି ରବିବାର ସକାଳ ପ୍ରାୟ ୮ଟା ସମୟରେ ଅଗରଜରି ଅଞ୍ଚଳରେ ଘଟିଯାଇଛି। ସୋସିଆଲ୍‌ ମିଡିଆରେ ଚହଳ ପକାଇଥିବା ଏହି ଭିଡିଓରେ ଦୃଶ୍ୟମାନ ହୋଇଥିବା ବାଘୁଣୀର ବୟସ ୩ ବର୍ଷ ବୋଲି ସୂଚନା ରହିଛି। ଏହି ଘଟଣା ପରେ ବନ୍ୟ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ସଫାରି ଭ୍ରମଣକୁ ବନ୍ଦ କରି ଦିଆଯାଇଛି।

ନିର୍ଦ୍ଦିଷ୍ଟ ଏହି ବାଘୁଣୀଟି ପୂର୍ବରୁ ବି ଏକ ପର୍ଯ୍ୟଟକ ଗାଡ଼ିକୁ ଗୋଡ଼ାଇଥିବା ସୂଚନା ରହିଛି। ଏହି ଘଟଣା ପରେ ଟୁରିଷ୍ଟ୍‍ ଗାଇଡ୍‌ ଓ ଗାଡ଼ି ଚାଳକମାନଙ୍କୁ ଡକାଯାଇ ଏକ ବୈଠକ ହୋଇଥିଲା। ବାଘମାନଙ୍କଠାରୁ ଅବଶ୍ୟକୀୟ ଦୂରତ୍ୱ ରଖିବା ପାଇଁ ଏହି ବୈଠକରେ ଚେତାବନୀ ଦିଆଯାଇଛି ବୋଲି ତଡୋବା ଅନ୍ଧେରୀ ଟାଇଗର୍‌ ରିଜର୍ଭର ଫିଲ୍ଡ ନିର୍ଦ୍ଦେଶକ ଏନ୍‌ ଆର୍‌ ପ୍ରବୀଣ ଗଣମାଧ୍ୟମରେ କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More