Only for Entertainment

ଟାର୍ଗେଟ ପୂରଣ ନହେଲେ ଏଠାରେ କର୍ମଚାରୀଙ୍କୁ ପିଟାଯାଏ ବେଲ୍ଟରେ , ଖାଇବାକୁ ଦିଆଯାଏ ଅସରପା, ଦେଖନ୍ତୁ ଭିଡିଓ !

16

ଅଫିସରେ ଟାର୍ଗେଟ ପୂରଣ ନହେଲେ ଦରମା କାଟ ହୁଏ ବୋଲି ଆପଣ ତ ଜାଣିଥିବେ , କିନ୍ତୁ ଏଠାରେ ଏଭଳି ଘଟଣା ଆମେ ଆପଣଙ୍କୁ ବତାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପକାଇବ । ଅସଲରେ ଘଟଣାଟି ହେଉଛି ଚୀନ୍ ର । ଏହି ଚୀନି କମ୍ପାନୀ ନିଜର ଷ୍ଟାଫଙ୍କୁ ଏଭଳି ସଜା ଦେଇଛନ୍ତି ଯାହା ଶୁଣିଲେ ଲୋମ ଟାଙ୍କୁରି ହୋଇଯିବ । ପୂରା ଅଫିସରେ କର୍ମଚାରୀଙ୍କୁ ନାଁ କେବଳ ବେଲ୍ଟରେ ପିଟିଛନ୍ତି ବରଂ ଘୃଣ୍ୟ କାମ ମଧ୍ୟ କରାଇଛନ୍ତି । ଏହି କର୍ମଚାରୀ ମାନଙ୍କୁ ଭୂଲ କେବଳ ଏତିକି ଥିଲା ଯେ ତାଙ୍କର କାମରେ ଡେରି ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟରେ ସେମାନେ ଟାର୍ଗେଟ ପୂରଣ କରି ପାରିନଥିଲେ ।

ଚୀନର ଗୁଇଝୁଔ କମ୍ପାନୀରେ କର୍ମଚାରୀଙ୍କୁ ସମସ୍ତଙ୍କ ସାମ୍ନାରେ ପରିସ୍ରା ପିିଇବାକୁ ଦିଆଯାଇଥିଲା, ଏବଂ ଅସରପା ଖାଇବାକୁ ଦିଆଯାଇଥିଲା । ଯେଉଁ କର୍ମଚାରୀ ଟାର୍ଗେଟ ସମୟରେ କରିବେନି ତେବେ ତାଙ୍କୁ ଏଭଳି ଶାସ୍ତି ମିଳେ । ଏଭଳି ସେ ଆଗରୁ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ଦରମା ମଧ୍ୟ ଅଟକ ରଖିଥିଲେ । କର୍ମଚାରୀ ମାନଙ୍କ ସହ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ହେତୁ କେହି ଜଣେ ଭିଡିଓ ବନାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି , ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More