Only for Entertainment

ଆଜି ଶିଶୁ ଦିବସ, ଜାଣନ୍ତୁ ଏହି ଦିବସ ପଛର କାହାଣୀ !

The Indian Express
33

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍‌ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଆମେ ସମେସ୍ତ ‘ଶିଶୁ ଦିବସ’ ଭାବେ ପାଳନ କରି ଆସୁଛେ। ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଉତ୍ତରପ୍ରଦେଶର ଆହ୍ଲାବାଦ୍‌ଠାରେ ଜନ୍ମଲାଭ କରିଥିଲେ ଶିଶୁ ପ୍ରେମୀ ଜବାହାରଲାଲ ନେହେରୁ। ଦେଶର କୁନି କୁନି ପିଲାମାନଙ୍କ ପ୍ରତି ଅନାବିଳ ସ୍ନେହ ରଖୁଥିବା ଏହି ମହାନ ବ୍ୟକ୍ତିଙ୍କୁ ସାରା ଦେଶ ଚାଚା ନେହେରୁ ନାମରେ ବି ଜାଣେ। କାହିଁକି ନା, ପିଲାମାନଙ୍କ ପାଇଁ ସେ ଚାଚା ଭାବେ ପରିଚିତ ଥିଲେ। କୁନି କୁନି ପିଲାଙ୍କ ବିକାଶ ପାଇଁ ଭିନ୍ନ ପଦକ୍ଷେପ ନେବା ସହ ଭିନ୍ନ ଭିନ୍ନ ପ୍ରତିଯୋଗିତା ଜରିଆରେ ପିଲାଙ୍କର ଅତି ନିକଟତର ହୋଇ ପାରିଥିଲେ ନେହେରୁ। ସେଥିପାଇଁ ତାଙ୍କ ଜନ୍ମ ତାରିଖକୁ ପିଲାମାନଙ୍କ ସକାଶେ ଉତ୍ସର୍ଗ କରାଯାଇ ‘ଶିଶୁ ଦିବସ’ ପାଳନ କରୁଛି ସାରା ଦେଶ।

୧୯୨୫ ମସିହାରେ ଶିଶୁମାନଙ୍କ ବିକାଶକୁ ଦୃଷ୍ଟିରେ ରଖାଯାଇ ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀ ଆରମ୍ଭ କରାଯାଇଥିଲା। ସେହି ସମ୍ମିଳନୀରେ ପିଲାମାନଙ୍କ ସକାଶେ ଏକ ଦିବସ ସ୍ଥିର କରି କିଛି ସ୍ୱତନ୍ତ୍ର କରିବା ପାଇଁ ଆମେରିକା ପରାମର୍ଶ ଦେଇଥିଲା। ନଭେମ୍ବର ୨୦କୁ ‘ଶିଶୁ ଦିବସ’ ପାଳନ କରିବାକୁ ପ୍ରଥମେ ଆଲୋଚନା ହୋଇଥିଲା। ଏହି ସ୍ୱତନ୍ତ୍ର ଦିବସ ପାଳନ ଜରିଆରେ ପିଲାମାନଙ୍କ ଭିତରେ ପ୍ରତିଯୋଗିତା ଓ ଶିଖିବାର ଭାବ ସୃଷ୍ଟି କରିବା ପ୍ରଧାନ ଲକ୍ଷ୍ୟ ଥିଲା। ବିଶ୍ୱରେ ଏମିତି ଅନେକ ଶିଶୁ ଅଛନ୍ତି ଯେଉଁମାନେ କି ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶକୁ ବଞ୍ଚିତ। ସେମାନଙ୍କୁ ଆଲୋକର ନିକଟତର କରାଇବା ଥିଲା ଉକ୍ତ ସମ୍ମିଳନୀର ଲକ୍ଷ୍ୟ। ମାତ୍ର ଯେହେତୁ ଶିଶୁମାନଙ୍କୁ ଅଜସ୍ର ସ୍ନେହ କରୁଥିବା ନେହେରୁଙ୍କ ଜନ୍ମ ତାରିଖ ସ୍ଥିର ହୋଇଥିବା ତାରିଖରୁ ମାତ୍ର ୬ ଦିନ ପୂର୍ବରୁ ପଡୁଥିଲା ତେଣୁ ଭାରତୀୟମାନେ ଏହି ଦିନ ଅର୍ଥାତ, ନଭେମ୍ବର ୧୪କୁ ଶିଶୁ ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More