ଟାଇଗର ଶ୍ରଫଙ୍କ ଫିଲ୍ମରେ ଭରପୁର ଆକ୍ସନ ସିନ ଦେଖିବାକୁ ମିଳିଥାଏ । ‘ବାଗୀ-୨’ ରିଲିଜ ହେବାକୁ ଆଉ ଏକ ସପ୍ତାହ ରହିଛି । ତେବେ ରିଲିଜ ପୂର୍ବରୁ ଫିଲ୍ମର ନିର୍ମାତା ଫିଲ୍ମର ଆକ୍ସନ ମେକିଙ୍ଗକୁ ସୋସିଆଲ ମିଡିଆରେ ରିଲିଜ କରିଛନ୍ତି । ଏହି ଭିଡିଓରେ ଟାଇଗର ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଛି । ଏହା ସହିତ ଭିଡିଓରେ ଅହମହ ଖାନ ମଧ୍ୟ ନଜର ଆସିଛନ୍ତି ।
୨ମିନିଟ ୫୬ ସେକେଣ୍ଡର ଏହି ଭିଡିଓରେ ଟାଇଗର ଆକ୍ସନ ମାଷ୍ଟରଙ୍କ ଠାରୁ ଟ୍ରେନିଂ ନେଉଥିବା ନଜର ଆସିଛନ୍ତି । ‘ବାଗୀ’ ରିଲିଜ ପରେ ନିର୍ମାତା ଚାହୁଁଥିଲେ ଦ୍ୱିତୀୟ ଭାଗରେ ଆକ୍ସନକୁ ଏକ ଭିନ୍ନ ସ୍ତରକୁ ନେବା ପାଇଁ । ଯେଉଁଥି ପାଇଁ ଟାଇଗର ଖୁବ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି ।
ଆସନ୍ତୁ ଦେଖିବା ଭିଡିଓ…