Only for Entertainment

ନିଜକୁ ଗରୀବଙ୍କ ହ୍ରିତିକ ରୋଶନ କହିଲେ ଟାଇଗର, ଖୁବଶୀଘ୍ର ହଲିଉଡରେ କରିବେ ଡେବ୍ୟୁ ।

bollywood tadka
24

ଜ୍ୟାକି ସ୍ରଫଙ୍କ ପୁଅ ବା ବଲିଉଡ ଆକ୍ଟର ଟାଇଗର ସ୍ରଫ ଏବେ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର ଟୁ’ର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ଫିଲ୍ମ ପରେ ଏବେ ଟାଇଗର ଖୁବଶୀଘ୍ର ହ୍ରିତିକ ରୋଶନଙ୍କ ସହିତ ନଜର ଆସିବେ । ଟାଇଗରଯେ ହ୍ରିତିକଙ୍କ ଏକ ବଡ଼ ଫ୍ୟାନ ଏହା ସମସ୍ତେ ଜାଣନ୍ତି । ନିଜ ଆଇଡଲ ହ୍ରିତିକଙ୍କ ବିଷୟରେ କଥା ହେଉଥିବା ସମୟରେ ନିଜକୁ ଗରୀବଙ୍କ ହ୍ରିତିକ ରୋଶନ ବୋଲି କହିଛନ୍ତି । ଟାଇଗରଙ୍କ କହିବା ଅନୁସାରେ ସେ ହ୍ରିତିକଙ୍କୁ ଡରନ୍ତି । ତେବେ ଆଗାମୀ ଫିଲ୍ମରେ ହ୍ରିତିକଙ୍କ ସହିତ କାମ କରିବା ନିହାତି ଭାବରେ ତାଙ୍କ ପାଇଁ ଏକ ଚ୍ୟାଲେଂଜ ହେବ ।

ଏହି ଫିଲ୍ମ ବ୍ୟତୀତ ଏହା ମଧ୍ୟ ଶୁଣିବାକୁ ମିଳୁଛିଯେ ଟାଇଗର ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ ବିଗ ବଜେଟ ଫିଲ୍ମରୁ ଅଫର ଆସିଛି । ମୋର୍ଟଲ କମ୍ବାଟ ସିରିଜର ପ୍ରଡ୍ରୁ୍ୟସର ଲରେନ୍ସ କସାଁଅଫ ନିକଟରେ ମୁମ୍ବାଇ ଆସି ସାକ୍ଷାତ କରି ଯାଇଥିଲେ । ଅବଶ୍ୟ ଏପର୍ଯ୍ୟନ୍ତ ଏହା କିଛି ଫାଇନାଲ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More