Only for Entertainment

ଘରେ ଲଗାନ୍ତୁ ଉଇଣ୍ଡ ଚାଇମ, ବଢିବ ସୁଖ ଓ ସମୃଦ୍ଧି ।

diyjoy.com
0 45

ଭାରତରେ ପ୍ରଚଳିତ ବାସ୍ତୁ ଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି । କେହି କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କେହି ବିଶ୍ୱାସ କରନ୍ତି ନାହିଁ । କିନ୍ତୁ କୁହାଯାଏ ବାସ୍ତୁ ଶାସ୍ତ୍ର ଅନୁସାରେ ଜୀବନର ଗତିବିଧିକୁ ପରିବର୍ତ୍ତନ କରାଯାଇ ପାରିବ । କାରଣ ଏହାର ପ୍ରଭାବରେ ଜୀବନରେ ସୁଖ ଓ ସମୃଦ୍ଧି ବଢିଥାଏ । ସେହିଭଳି ଫେଙ୍ଗସୁଇକୁ ଚୀନର ବାସ୍ତୁ ଭାବେ ଗ୍ରହଣ କରାଯାଇଛି । କେବଳ ଚୀନ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ଏହା ଆଦୃତ । ତେବେ ଫେଙ୍ଗସୁଇର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । କାରଣ ସୁ୍ଖ ଓ ସମୃଦ୍ଧି ବଢିବା ପାଇଁ ଏହା ଖୁବ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଏହା ବିଷୟରେ ଆଲୋଚନା କରିବା ଏବଂ ଜାଣିବା କିଛି ଅଜଣା କଥା ।

ଭାରତୀୟ ବଜାରରେ ୱିଣ୍ଡ ଚାଇମ ଉପଲବ୍ଧ । ପବନର ଗତି ଅନୁସାରେ ଏହା ହଲିଥାଏ । ତାହା ଦ୍ୱାରା ଏକ ମଧୁର ଧ୍ୱନି ଉତ୍ପନ୍ନ ହୋଇଥାଏ ଏବଂ ସକରାତ୍ମକ ପ୍ରଭାବ ପଡ଼ିଥାଏ ।

  • ଫେଙ୍ଗସୁଇ ଅନୁସାରେ ବାଉଁଶ ଗଛ ସୁଖ ଓ ସମୃଦ୍ଧିର ପ୍ରତୀକ ଅଟେ । ଏହାର ପ୍ରଭାବରେ ଘର ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ବିଶେଷ କରି ଘରର ପ୍ରତ୍ୟେକ ସଦସ୍ୟ ଏକା ସାଙ୍ଗରେ ବସି କଥା ହେଉଥିବା ସ୍ଥାନରେ ବାଉଁଶ ଗଛ ଲଗାଇବା ଉଚିତ ।
  • ଫେଙ୍ଗସୁଇ ଅନୁସାରେ ଡ୍ରାଗନ ଘରର ରକ୍ଷା କରିଥାଏ । ତେଣୁ ଘରେ ଡ୍ରାଗନର ଚିତ୍ର ରଖିବା ଉଚିତ ।
  • ଘର କବାଟର ହ୍ୟାଣ୍ଡେଲରେ କଏନ ଝୁଲାଇବା ଦ୍ୱାରା ଘରେ ଧନ ବଢିଥାଏ । ଅଥବା ରିବନରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଝୁଲାଇ ପାରିବେ । ଧ୍ୟାନ ରଖନ୍ତୁଯେ ଏହାକୁ କବାଟର ପଛ ପଟେ ଝୁଲାଇବେ ।
  • ଘରକୁ ନକରାତ୍ମକ ପ୍ରଭାବରୁ ରକ୍ଷା କରିବା ପାଇଁ ପୂର୍ବ ଦିଗରେ ମାଟି ନିର୍ମିତ ଏକ ଛୋଟ ପାତ୍ରରେ ଲୁଣ ରଖନ୍ତୁ ଏବଂ ପ୍ରତି ୨୪ ଘଂଟାରେ ଲୁଣକୁ ବଦଳାନ୍ତୁ ।
  • ଫେଙ୍ଗସୁଇ ଅନୁସାରେ ଅଫିସର ସମ୍ମିଳନୀ କକ୍ଷରେ ଧାତୁ ନିର୍ମିତ ମୂର୍ତ୍ତି ରଖନ୍ତୁ । କାରବାର ବଢିବ ।
    ଘରେ ନଦୀ,ଝରଣା ଆଦିର ଚିତ୍ର ଉତ୍ତର ଦିଗରେ ଲଗାଇବା ଉଚିତ । ହିଂସ୍ର ଚିତ୍ର କେବେ ମଧ୍ୟ ଲଗାନ୍ତୁ ନାହିଁ । ଏହା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More