Only for Entertainment

ବୈବାହିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଆପଣାନ୍ତୁ କିଛି ଟିପ୍ସ

sub wallpaper
0 217

ବିିବାହ ହେଉଛି ଦୁଇଟି ହୃଦୟର ମିଳନ । ଦୁଇଟି ଅଜଣା ଲୋକ ଅଗ୍ନିକୁ ସାକ୍ଷୀ ରଖି ବେଦି ଉପରେ ବସି ବାହା ହୋଇଥାନ୍ତି । ବିବାହ ପରେ ଉଭୟଙ୍କ ଜୀବନରେ ପରିବର୍ତନ ଆସିଥାଏ । ବିବାହର ମୂଳମନ୍ତ୍ର ହେଲା ଦୁଇଜଣ ଦୁଇଜଣଙ୍କୁ ଠିକରେ ବୁଝି ଏହି ସଂପର୍କକୁ ଆଗେଇ ନେବା, ଏହାଦ୍ୱାରା ସଂପର୍କ ସୁଦୃଢ ଏବଂ ମଜବୁତ୍ ହୋଇଥାଏ ।

ବେଳବେଳେ ଏହି ସଂପର୍କରେ କିଛି ଲୋକଙ୍କର ନଜର ପଡି ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁ ଅସୁବିଧାର ସାମ୍ନା ମଧ୍ୟ କରିଥାନ୍ତି । ଏହି ବୈବାହିକ ସଂପର୍କକୁ ସୁଦୃଢ କରିବା ପାଇଁ କିଛି ଟିପ୍ସ ଉପରେ ନଜର ପକାଇବା :

  •  ଫୁଲ ଓ ଉପହାର ଆପଣ ବିଭିନ୍ନ ମୈାକାରେ ଦେଇ ଥାଆନ୍ତି । କିନ୍ତୁ କେବେ କେବେ ଅଚାନକ କିଛି ନ’ଥାଇ ଯଦି ଆପଣ ପତ୍ନୀଙ୍କୁ କିଛି ଉପହାର ଦିଅନ୍ତି ତେବେ ସେ ଅଧିକ ଖୁସି ହେବେ । ସେ ଆପଣଙ୍କ ଭାବନାକୁ ବୁଝିବା ପାଇଁ ଆପଣଙ୍କ ଅକୁହା କଥାକୁ ଭଲ ଭାବରେ ବୁଝିପାରିବେ ।
  • ଆପଣ ଅଫିସରୁ ଆସି ବହୁତ ସାଧାରଣ ଭାବେ ପଚାରନ୍ତୁ କି ତୁମର ଦିନ କେମିତି ଗଲା । ସେ ଯାହା ବି କହୁଛନ୍ତି ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ । ମନେରଖନ୍ତୁ ସ୍ତ୍ରୀଲୋକମାନେ ତାଙ୍କ ବ୍ୟକ୍ତିଗତ କଥା କହିବାବେଳେ ବହୁତ ଉତ୍ସାହିତ ଥାଆନ୍ତି । ତାଙ୍କର ଯୋଗ୍ୟତା ଓ ବ୍ୟବହାରକୁ ନେଇ ଆପଣ ତାଙ୍କ ପ୍ରଂଶସା କରନ୍ତୁ । କଥାବାର୍ତା ସମୟରେ ତାଙ୍କ ଭାବନାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।
  • ସମୟ ପାଇଲେ ଆପଣ, ଆପଣଙ୍କ ସ୍ତ୍ରୀ ପାଇଁ କିଛି ରୋଷେଇ କରି ଖୁଆନ୍ତୁ । ସବୁଦିନେ ରୋଷେଇ କରି କରି ସେ ଏତେ ବିରକ୍ତ ହୋଇ ଯାଇ ଥାଆନ୍ତି ଯେ ଆପଣ ସପ୍ତାହରେ ଥରେ ରୋଷେଇ କରି ଖାଇବା ପାଇଁ ଅଫର କଲେ ସ୍ତ୍ରୀଙ୍କର ଖୁସିର ଅନ୍ଦାଜ ଲଗାଇ ପାରିବେ ନାହିଁ ।
  • ଛୋଟ ଛୋଟ କଥାରେ ସେଲିବ୍ରେଟ କରିବା ସ୍ତ୍ରୀ ଲୋକ ମାନଙ୍କୁ ଭଲଲାଗେ । କିନ୍ତୁ ଆପଣ ଯଦି ବିବାହ ବାର୍ଷିକୀ ମନେ ରଖି ତାଙ୍କୁ ସରପ୍ରାଇଜ ପାର୍ଟି ଦିଅନ୍ତି ସେ ଅଧିକ ଖୁସି ହେବେ । ସେ ଯାହା ଆଶା କରନ୍ତି ତାଠାରୁ ଅଧିକ ତାରିଫ କରନ୍ତୁ କାରଣ, ସ୍ତ୍ରୀ ଲୋକଙ୍କୁ ପ୍ରଶଂସା ବହୁତ ଭଲଲାଗେ ।
  •  ଯେଉଁ ଘରେ ଆପଣଙ୍କ ସ୍ତ୍ରୀ ଏତେ କାମ କରୁଛନ୍ତି, ଆପଣଙ୍କ କର୍ତବ୍ୟ ହେଲା ଆପଣ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରନ୍ତୁ ।
  •  ତାଙ୍କ ପରିବାର ଓ ସଂପର୍କୀୟଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ସେମାନେ ଅଧିକ ଖୁସିହେବେ ଓ ଆପଣଙ୍କ ପ୍ରତି ତାଙ୍କ ଭଲପାଇବା ମଧ୍ୟ ବଢିଯିବ ।
  •  ପାଖରେ ଥିଲେ ମଧ୍ୟ କେବେ କେବେ ତାଙ୍କୁ ଖୁସି କରିବା ପାଇଁ ଆପଣ ପ୍ରେମପତ୍ର ଇମେଲ କରିପାରିବେ । ଏହାସହ ଫୋନରେ ମଧ୍ୟ ଛୋଟ ଛୋଟ କଥାରେ ଖୁସି ଜାହିର କରନ୍ତୁ । ଏପରି କଲେ ଆପଣଙ୍କ ସଂପର୍କ ମଜବୁତ୍ ହେବ।
  •  କେବେ କେବ ଅଚାନକ ଘରେ ପହଞ୍ଚି ତାଙ୍କୁ ଲଞ୍ଚ ପାଇଁ ନେଇଯାଆନ୍ତୁ ।
  •  ଯଦି ସେ ବହୁତ ଦିନରୁ ବାହାରକୁ ବୁଲିଯିବା ପାଇଁ ଚାହୁଁଛନ୍ତି ଅଚାନକ ପ୍ଲାନ ବନାଇ ଆପଣଙ୍କ ସ୍ତ୍ରୀଙ୍କୁ ସରପ୍ରାଇଜ କରିପାରିବେ
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More