ବ୍ୟଞ୍ଜନରେ ଲୁଣ ଅଧିକ ହେଲେ କ’ଣ କରିବେ ? ଜାଣି ରଖନ୍ତୁ କିଛି ଟିପ୍ସ
ଘରଣୀଙ୍କୁ ସବୁକାମରେ ପାରଙ୍ଗମ ହେବାକୁ ପଡିଥାଏ । ନଚେତ ସାମାନ୍ୟ କାମରେ ତୃଟି ଦେଖାଦେଲେ ଆରମ୍ଭ ହୋଇଯାଏ ଅନ୍ୟ ମାନଙ୍କର ଟାହି ଟାପରା । ତେଣୁ ଘରଣୀମାନଙ୍କୁ ସଜାଗ ହୋଇ ଚତୁରତାର ସହିତ କାମ କରିବା ଉଚିତ । ଅନେକ ସମୟରେ ସ୍ୱାଦିଷ୍ଟ ଖାଦ୍ୟରେ ସାମନ୍ୟ ଲୁଣ ଅଧିକ ହେଲେ, ପରିବାରର ସଦସ୍ୟମାନେ ଅଭିଯୋଗ କରିଥାନ୍ତି । ତେଣୁ ବ୍ୟଞ୍ଜନରେ ଲୁଣ ଅଧିକ ହୋଇଯାଇଥିଲେ ଏହି ଉପାୟ ଆପଣାନ୍ତୁ ।
- ତରକାରି ଅଧିକ ଲୁଣିଆ ହୋଇଗଲେ ସେଥିରେ କିଛି ଆଳୁ କାଟି ପକାଇ ଦିଅନ୍ତୁ । କିଛି ସମୟ ପରେ ସେହି କଟା ଆଳୁକୁ ବାହାର କରିଦିଅନ୍ତୁ । ଦେଖିବେ ତରକାରିର ସ୍ୱାଦ ଠିକ ହୋଇଯିବ ।
- ଅନ୍ୟ ଉପାୟ ହେଉଛି ଲୁଣିଆ ତରକାରିରେ ଅଟା ଚକଟା କିଛି ସମୟ ପକାଇ ବାହାର କରିନେବେ । ଏହା ତରକାରିର ଲୁଣକୁ ନିୟନ୍ତ୍ରଣ କରିପାରେ ।
- ଏହା ବାଦ ତରକାରିରେ ଦହି ମିଶାଇଲେ ତାହା ସୁସ୍ୱାଦୁ ହେବା ସହିତ ଲୁଣ ପ୍ରଭାବକୁ ହ୍ରାସ କରିଥାଏ ।
- ଆପଣ ଚାହିଁଲେ ଲେମ୍ବୁର ପ୍ରୟୋଗ ମଧ୍ୟ କରିପାରିବେ । ଏହା ଲୁଣକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।