Only for Entertainment

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଫିଲ୍ମ ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନର ଟ୍ରେଲର, ଦେଖନ୍ତୁ…

Times of India
0 44

ଅନେକ ଦିନର ଅପେକ୍ଷା ପରେ ଶେଷରେ ଆସିଲା ‘ପରମାଣୁ- ଦ ଷ୍ଟୋରୀ ଅଫ୍ ପୋଖରନ’ର ଟ୍ରେଲର୍ । ଫିଲ୍ମରେ ଅଭିନେତା ଜନ୍ ଆବ୍ରାମ୍ ଓ ଅଭିନେତ୍ରୀ ଡାଏନା ପେଂଟିଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ ।

ଫିଲ୍ମଟି ଭାରତୀୟ ସେନା ଉପରେ ଆଧାରିତ ଏକ ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଟ୍ରେଲରରେ ଭାରତ ଇତିହାସର ଅନେକ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଏହି ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମ ଓ ଅଭିନେତ୍ରୀ ଡାଏନା ପେଂଟିଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଭାରତୀୟ ସେନା ନିକଟରେ ଯେତେବେଳେ ପ୍ରଥମ ନ୍ୟୁକ୍ଲିଅର୍ ବମ୍ ଆସେ ଏବଂ ଏହାର ପରିକ୍ଷଣ ହୁଏ କଣ ସବୁ ଘଟିଥିଲା, ସେହି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନ୍ ।

ଫିଲ୍ମଟି ପ୍ରଥମେ ଡିସେମ୍ବର ୮, ୨୦୧୭ରେ ମୁକ୍ତିଲାଭ କରିବାର ସ୍ଥିର ହୋଇଥିଲା । ପରେ ଏହାର ରିଲିଜ୍ ଏପ୍ରିଲ୍ ୬ ଆଉ ଏବେ ମେ – ୪ରେ ରିଲିଜ୍ ହେବାକୁ ଯାଉଛି ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More