Only for Entertainment

ବୀରେ ଦି ୱେଡିଙ୍ଗର ଟ୍ରେଲର ରିଲିଜ ବେଳେ କାହିଁକି ପେଟ ଲୁଚାଉଥିଲେ କରୀନା?

bollywood tadka
0 49

ତୈମୁରଙ୍କ ଜନ୍ମ ପରେ ପୁଣିଥରେ କରୀନା ଫିଲ୍ମ ‘ବୀରେ ଦି ୱେଡିଙ୍ଗ’ ଜରିଆରେ ପରଦାକୁ ଫେରୁଛନ୍ତି । ଲମ୍ବା ସମୟ ଧରି ଫିଲ୍ମର ଚର୍ଚ୍ଚା ଜାରି ରହିଥିଲା,କିନ୍ତୁ ଏବେ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ୟୁଟ୍ୟୁବରେ ଏହି ଟ୍ରେଲରକୁ ୧୬ ଘଂଟା ୧୧ ମିଲିୟନ ଭ୍ୟୁଜ ମିଳିଛି । ଟ୍ରେଲର ଲଂଚ ସମୟରେ କରୀନା ଯେଉଁ ଅନ୍ଦାଜରେ ନଜର ଆସିଲେ ତାହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଜାରି ରହିଛି । କରୀନା ଯେଉଁ ଡ୍ରେସରେ ନଜର ଆସିଥିଲେ ତାହାକୁ ଦେଖି ଲାଗୁଥିଲାଯେ ସେ ତାଙ୍କ ପେଟକୁ ଲୁଚାଉଥିଲେ । କିନ୍ତୁ ତାହା ତାଙ୍କ ଡ୍ରେସ ଡିଜାଇନ ଥିଲା ।

ଅନ୍ୟ ପକ୍ଷରେ କେତେକ ସ୍ଥାନରେ କରୀନାଙ୍କ ଓଜନ ଖୁବ ଭାରି ଲାଗୁଛି । ଏହା ଦେଖି ଲାଗୁଛି ସେ ଗର୍ଭବତୀ ଅଛନ୍ତି । କିନ୍ତୁ ଏହା ବାସ୍ତବରେ ସତ୍ୟ । ତେବେ ଆପଣ ମଧ୍ୟ ଭାବୁଥିବେ ସତରେ କ’ଣ କରୀନା ଗର୍ଭବତୀ ଅଛନ୍ତି । ଚାଲନ୍ତୁ ଆମେ ଆପଣଙ୍କୁ ଜଣାଇବୁ ସଂପୂର୍ଣ୍ଣ କାହାଣୀ ।

ବାସ୍ତବରେ ଫିଲ୍ମର ସୁଟିଂ ସମୟରେ କରୀନାଙ୍କୁ ଗର୍ଭବତୀ ହୋଇଥିବା ଖବର ଆସିଥିଲା । ଏହି ବିଷୟରେ କରୀନା ଏକ ଇଂଟରଭ୍ୟୁରେ ନିଜେ ଜଣାଇଥିଲେ । ସେ କହିଲେଯେ ଫିଲ୍ମ ସାଇନ କରିବା ପୂର୍ବରୁ ସେ ଏହା ଜାଣିନଥିଲେ କିନ୍ତୁ ପରେ ଏହା ଜାଣିବାକୁ ପାଇଲେ । ଏହାପରେ ସେ ରିୟା କପୁରଙ୍କୁ ଏହି ବିଷୟରେ ଜଣାଇଥିଲେ ଏବଂ ଫିଲ୍ମରେ ଅନ୍ୟ କାହାକୁ ନେବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ପ୍ରଯୋଜକ ରିୟା ନିଷ୍ପତ୍ତି ବଦଳାଇ ନଥିଲେ । ସେ ଫିଲ୍ମରେ କ୍ୟାଟ୍ରିନାଙ୍କ ଚରିତ୍ର ସହିତ ଗର୍ଭବତୀ ହେବା କଥା ମଧ୍ୟ ଯୋଡ଼ି ଦେଇଥିଲେ । ଏହାପରେ ମଧ୍ୟ କରୀନା ମନା କରିଥିଲେ,କିନ୍ତୁ ରିୟା ଏହାକୁ ମାନି ନଥିଲେ ଏବଂ ଫିଲ୍ମ ପୂରା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More