ଟ୍ରିପଲ ତଲାକ ଉପରେ ନବାଜୁଦ୍ଦିନ ପ୍ରସ୍ତୁତ କରିଥିବା ଫିଲ୍ମ ଏବେ ୟୁଟ୍ୟୁବରେ ଭାଇରାଲ !
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟଙ୍କୁ ମଂଜୁରୀ ଦେବା ପରେ ତିନ ତଲାକ ବିଲର ତିନି ସଂଶୋଧନ ସହ ଶୁକ୍ରବାର ରାଜ୍ୟସଭାରେ ହାଜର କରାଯାଇଥିଲା । ତିନ ତଲାକକୁ ହିନ୍ଦୀର ଏକ ସର୍ଟ ଫିଲ୍ମ ପ୍ରସ୍ତୁତ କରାଯାଇ ସାରିଛି । ଏହି ବିଷୟରେ ପ୍ରଯୋଜନା କରିଥିବା ନବାଜୁଦ୍ଦିନ ସିଦ୍ଦିକିଙ୍କ ସର୍ଟ ଫିଲ୍ମ ‘ମିଆଁ କଲ ଆନା’ମଧ୍ୟ ଖୁବ ପପୁଲାର ହୋଇଛି । ନବାଜ ଅଭିନେତାରୁ ପ୍ରଡ୍ୟୁସର ପର୍ଯ୍ୟନ୍ତ ଯାତ୍ରା କରି ସାରିଲେଣି । ଏହି ଫିଲ୍ମ ୧୭ମିନିଟ ୨୦ସେକେଣ୍ଡର ଅଟେ ଏହାକୁ ଏବେ ପର୍ଯ୍ୟନ୍ତ ୭ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି । ତାଙ୍କ ପ୍ରଯୋଜନାରେ ଏହା ପ୍ରଥମ ସର୍ଟ ଫିଲ୍ମ ଯାହା ସାରା ଦୁନିଆରେ ୨୩ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଏବଂ ୧୦ଟି ପୁରଷ୍କାର ଜିତିବା ପରେ ଏହା ଏବେ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି ।
ନବାଜଙ୍କ ଏହି ଫିଲ୍ମ ୧୮ଜାନୁଆରୀରେ ୟୁଟ୍ୟୁବରେ ରିଲିଜ କରାଯାଇଥିଲା । ଫିଲ୍ମର କାହାଣୀ ମୁସଲିମ ସମାଜର ହେଉଥିବା ହଲାଲା ପ୍ରଥାକୁ ଟାର୍ଗେଟ କରି ମୁସଲମାନ ମହିଳା କେତେ ଅସହାୟ ହୋଇ କିଭଳି ଏକ ବସ୍ତୁ ହୋଇ ରହିଯାଆନ୍ତି ଏବଂ ଏହି ଘଟଣା ପରେ ସେମାନେ କିଭଳି କଷ୍ଟ ପାଇଥାଆନ୍ତି ଏହା ପରିବେଶଣ କରାଯାଇଛି ।
ଏହି ଫିଲ୍ମରେ ମନାଷା ମରଜାରା, ଜୟ ହିନ୍ଦ କୁମାର, ଇଲିୟାସ ଖାନ, ଗଜନବୀ ଏବଂ ମୀନା କାମ କରିଛନ୍ତି । ଫିଲ୍ମ ରିଲିଜ କରିବା ସମୟ ମଧ୍ୟ ଠିକ ଥିଲା କାରଣ ଏବେ ତିନ ତଲାକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ଚେଷ୍ଟା ଚାଲିଛି ।