Only for Entertainment

ଓଜନ କମ କରିବା ପାଇଁ ଆପଣାନ୍ତୁ ଏହି ଉପାୟ !

Udemy
34

ଓଜନ ହ୍ରାସ କରିବା ସହଜ କଥା ନୁହେଁ । ସାଧାରଣତଃ କିଛି ବଡ଼ ଉତ୍ସବ ପୂର୍ବରୁ ଝିଅ ଓ ମହିଳାମାନେ ନିଜ ଓଜନ ହ୍ରାସ ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି । ଏଥିପାଇଁ ସେମାନେ ସ୍ୱତନ୍ତ୍ର ବ୍ୟାୟାମ ସହ ଖାଇବା ପିଇବାରେ ମଧ୍ୟ ଆଣିଥାନ୍ତି ପରିବର୍ତ୍ତନ । ଯଦି ଆପଣ ନିଜକୁ ଫିଟ୍‍ ସହ ଶୀଘ୍ର ଓଜନ ହ୍ରାସ ପାଇଁ ଚିନ୍ତା କରୁଛନ୍ତି, ହେଲେ ତେବେ ସ୍ୱତନ୍ତ୍ର ଡାଏଟ୍‍ ପ୍ଲାନକୁ ଆପଣାଇବାକୁ ପଡିବ । ଏହାଦ୍ୱାରା ୭ ଦିନରେ ୩ କିଲୋ ଓଜନ ହ୍ରାସ ହୋଇପାରେ ।

  • ଓଜନ କମାଇବା ପାଇଁ ସକାଳୁ ଶେଜରୁ ଉଠିବା ପରେ ଅଳ୍ପ ଉଷୁମ ପାଣି ପିଅନ୍ତୁ । ଏହା ପେଟ ସଫା କରିବା ସହ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଜଳଖିଆରେ ନିୟମିତ ଗୋଟେ ଗ୍ଳାସ କ୍ଷୀର ସହ ଓଟ୍ସ କିମ୍ବା କର୍ଣ୍ଣଫ୍ଲେକ୍ସ ଖାଆନ୍ତୁ । ଅପରାହ୍ନରେ ଖାଇବାରେ ଦଲିଆ ଖାଇବାକୁ ଭୁଲନ୍ତୁ ନାହିଁ । ସବୁଜ ପରିବାର ତରକାରୀ ଖାଆନ୍ତୁ । ଯଦି ଚା’ ପିଇବାକୁ ଇଚ୍ଛା ହେଉଛି ତେବେ ଗ୍ରୀନ୍‍ ଟି ପିଅନ୍ତୁ, ରାତିରେ କ୍ଷୀର ଏବଂ ଦଲିଆ ଖାଆନ୍ତୁ ।
  • ଦିନର ଶୁଭାରମ୍ଭ ପାଣି ପିଇବାରୁ ଆରମ୍ଭ କରନ୍ତୁ । ଏହାପରେ ଚାହିଁବେ ଆପଣ ବ୍ଲାକ୍‍ ଟି କିମ୍ବା ଗ୍ରୀନ୍‍ ଟି ପିଇପାରିବେ ।
  • ଜଳଖିଆରେ ସୁପ୍‍ ନିଅନ୍ତୁ । ଅପରାହ୍ନ ଖାଇବାରେ ବିଟ୍‍ ବ୍ରେଡର ଦୁଇଟି ସ୍ଲାଇସ୍‍ ନିଅନ୍ତୁ । ଏଥିସହ ସୁପ୍‍ ମଧ୍ୟ ପିଅନ୍ତୁ । ସନ୍ଧ୍ୟାରେ ଗ୍ରୀନ୍‍ ଟି ପିଇପାରିବେ । ଚା’ ଏବଂ କଫି ଠାରୁ ଦୂରେଇ ରଖନ୍ତୁ । ରାତିରେ ପରିବା ତରକାରୀ ସହ, ସାଣ୍ଡୱିଚ୍‍ ଖାଇପାରିବେ ।
  • ଏହି ଡାଏଟ୍‍ ପ୍ଳାନ୍‍କୁ ଫଲୋ କରିବା ସହ ଦୈନିକ ୩୦ ମିନିଟ୍‍ ବ୍ୟାୟମ ନିଶ୍ଚିତ କରନ୍ତୁ । ଖାଇବା ସମୟକୁ ଅଣଦେଖା କରନ୍ତୁ ନାହିଁ । ଅତ୍ୟଧିକ ଚିନିରୁ ନିଜକୁ ଦୂରେଇ ରଖନ୍ତୁ । ଏହା ସଫଳ ହେଲେ ୭ ଦିନରେ ୩ କିଲୋ ଓଜନ କମିବା କିଛି କଷ୍ଟକର ବିଷୟ ନୁହେଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More