Only for Entertainment

ବିବାହ କରିବା ପାଇଁ ଜିଦିରେ ୭୫ ବର୍ଷୀୟ ପିତା ! ପିଲାମାନେ ମନା କରିବାରୁ ବ୍ୟକ୍ତି ଜଣକ ନେଲେ ଏଭଳି ପଦକ୍ଷେପ

facebook
83

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ କିଛି ଲୋକେ ଛୁଆଙ୍କ ଲାଳନ ପାଳନ କରିବା ପାଇଁ ଦ୍ୱିତୀୟ ବିବାହ କରିଥାନ୍ତି । କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ୭୫ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ବିବାହର ଭୁତ ଚଢିବ ତ ଆପଣ ତାକୁ କ’ଣ କହିବେ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ବରେଲୀରୁ ଆସିଛି । ଏଠାରେ ଜଣେ ୭୫ ବର୍ଷୀୟ ବକ୍ତି ଏବଂ ୮ଟି ବିବାହିତ ସନ୍ତାନର ପିତା ଦ୍ୱିତୀୟ ବିବାହ କରିବା ପାଇଁ ଜିଦି କରିଥିଲେ ।

ବାପାଙ୍କ ଏହି ଜିଦିକୁ ଦେଖି ତାଙ୍କର ୮ ଜଣ ବିବାହିତ ସନ୍ତାନ ତାଙ୍କୁ ବୁଝାଇଥିଲେ । ପିଲାମାନେ ମନା କରିବାକୁ ବ୍ୟକ୍ତି ଜଣଙ୍କ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଥିବା ଘଟଣା ଏବେ ସେଠାରେ ଚହଳ ସୃଷ୍ଟି କରିଛି ।

କୁହାଯାଉଛି ଯେ, ବ୍ୟକ୍ତିଙ୍କ ବିବାହକୁ ନେଇ ପରିବାରରେ ଝଗଡା ହେବା ପରେ ସେ ପଙ୍କାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଅରଶଦ । ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କର ଆଠ ସନ୍ତାନ ଅଛନ୍ତି । ଏପରି କି ଏହି ବ୍ୟକ୍ତିଙ୍କର ଛୁଆଙ୍କର ବି ଛୁଆ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More