Only for Entertainment

ଜେଲ ବନିଲା ଦୁର୍ବୁତ୍ତ ଙ୍କ ଖଟିସ୍ଥଳ, ଭିଡ଼ିଓ ଭାଇରାଲ !

11alive
29

ଜେଲ୍ ରେ ଆପଣ କେବେ ଫୋନରେ କଏଦୀ କଥା ହେଉଥିବା ଦେଖିଛନ୍ତି? ହୁଏତ ଶୁଣିଥିବେ ନହେଲେ ନଚେତ ଫିଲ୍ମରେ ଦେଖିଥିବେ ।

ମାତ୍ର ଏଭଳି ଏକ ଜେଲ୍‌ ଯେଉଁଠି କଏଦୀମାନେ କେମିତି ବାରାକ ମଧ୍ୟରେ ମଦ ପିଇବା ସହ ମୋବାଇଲ ଫୋନ୍‌ରେ କଥା ହୋଇ ସିଗାରେଟ୍‌ ଟାଣୁଛନ୍ତି, ତା’ର ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓଟିରେ କଏଦୀମାନଙ୍କ ପାଖରେ ଚାରିଟି ଅଫୁଟା ବୁଲେଟ ମଧ୍ୟ ଥୁଆ ଯାଇଥିବା ଦେଖିବାକୁ ମିଳୁଛି।

ଭିଡିଓଟି ଭାଇରାଲ୍‌ ହେବା ପରେ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ପକ୍ଷରୁ ଜଣେ ବରିଷ୍ଠ ଜେଲ୍‌ ଅଧିକାରୀ ଙ୍କ ସମେତ ୬ ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଭାଇରାଲ୍‌ ଭିଡିଓରେ ଜଣେ କଏଦୀ ଫୋନ୍‌ରେ ମଦ ମଗାଉଥିବା ଦେଖିବାକୁ ମିଳୁଛି। ସେହିପରି ଅନ୍ୟ ଜଣେ କଏଦୀ କୌଣସି ଏକ ବ୍ୟବସାୟୀଙ୍କୁ ଧମକାଇ ତାଙ୍କ ଠାରୁ ଟଙ୍କା ମାଗୁଥିବା ଶୁଣିବାକୁ ମିଳୁଛି।

ଏକ ସ୍ଥାନୀୟ ଗଣମାଧ୍ୟମରେ ଏହି ଭିଡିଓ ପ୍ରକାଶ ପାଇବା ପରେ ଜେଲ୍‌ କର୍ତ୍ତୃପକ୍ଷ ଏଭଳି କାଣ୍ଡରେ ଲିପ୍ତ ଥିବା ୪ ଜଣ ଅନ୍ତେବାସୀଙ୍କୁ ଅନ୍ୟ ଏକ ଜେଲ୍‌କୁ ସ୍ଥାନାନ୍ତର କରିଛନ୍ତି। ଏହି କଏଦୀମାନଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଛି। ଏହି ଘଟଣା ପରେ ଜେଲ୍‌ରେ ଛାନଭିନ୍‌ କରାଯିବା ସହ ୪ଟି ମୋବାଇଲ୍‌ ଓ ସିମ୍‌ କାର୍ଡ ଜବତ ହୋଇଛି।

ଗୋଟିଏ ପଟେ ଜେଲ୍‌ର ପରିବେଶ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ସୁପ୍ରିମକୋର୍ଟ କହୁଥିବା ବେଳେ ଉତ୍ତର ପ୍ରଦେଶର ଜେଲ୍‌ରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More