Only for Entertainment

ଘରର ଦକ୍ଷିଣ ଦିଗରେ ଏହି ସବୁ ଜିନିଷ ରଖିଛନ୍ତି କି ? ଭୋଗି ପାରନ୍ତି ଅନେକ ସମସ୍ୟା ।

download3dhouse
0 61

ବାସ୍ତୁଶାସ୍ତ୍ରରେ ଦିଗ ଅନୁସାରେ ବସ୍ତୁ ଗୁଡିକୁ ରଖିବାର ସଠିକ ନିୟମ ରହିଛି । କେଉଁ ଦିଗରେ କେଉଁ ଜିନିଷ ରଖିବା ଉଚିତ କେଉଁଟାକୁ ନୁହେଁ ତାହା ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ଆମେ ନଜାଣି ଏପରି କିଛି ଜିନିଷକୁ ଭୁଲ ଦିଗରେ ରଖିଦେଇଥାଉ ଯାହା ଆମ ଉପରେ ଖରାପ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କେଉଁ ଜିନିଷକୁ ଦକ୍ଷିଣ ଦିଗରେ ରଖିବାର ଭୁଲ କରିବା କଥା ନୁହେଁ । ଏପରି କରିବା ଦ୍ୱାର ଘରର ସଦସ୍ୟମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

  • ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ । କାରଣ ଏହାକୁ କାଳର ଦଶା ବୋଲି କୁହାଯାଇଥାଏ । ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଫଳରେ ଘରର ମୁଖିଆ ସର୍ବଦା ଅସୁସ୍ଖ ରୁହନ୍ତି ଏବଂ ତାଙ୍କର ଆୟୁ କମ ହୋଇଯାଇଥାଏ ।
  • ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ଫ୍ରିଜ ରଖିବା କଥା ନୁହେଁ । କାରଣ ଦକ୍ଷିଣ ଦିଗରେ ଅଗ୍ନୀ ତତ୍ୱ ପ୍ରତିନିଧିତ୍ୱ କରିଥାନ୍ତି । ତେଣଉ ଫ୍ରିଜକୁ ରଖିବାର ଠିକ ଦିଗ ହେଉଛି ଦକ୍ଷିଣ- ପଶ୍ଚିମ କୋଣ ।
  • ପଇସା ରଖୁଥିବା ଜିନିଷକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଯେପରିକି ଆଲମିରା କିମ୍ବା ଟ୍ରେଜେରୀ । ଏପରି କରିବା ଦ୍ୱାରା ପଇସା ରୁହେ ନାହିଁ । ଯେତେ ରୋଜଗାର କଲେ ମଧ୍ୟ ପଇସାର ସଙ୍କଟ ଦେଖାଯିବ ।
  • କିଛି ଜିନିଷକୁ ଦକ୍ଷିଣ ଦିଗରେ ରଖିବା ପାଇଁ ବାସ୍ତୁଶାସ୍ତ୍ରରେ ମନା ହୋଇଥିଲେ ମଧ୍ୟ କିଛି ଜିନିଷ ରଖିବା ଶୁଭ ବୋଲି କୁହାଯାଇଛି ଯେପରି ଆକ୍ୱାରିୟମ । ଦକ୍ଷିଣ ଦିଗରେ ଏହାକୁ ରଖିବା ଫଳରେ ଅର୍ଥ ସଙ୍କଟ ଦେଖାଯିବ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More