Only for Entertainment

କୁବେର ଖୋଲିବେ ଧନର ଦ୍ୱାରା । ଆପଣାନ୍ତୁ ଏହି ଉପାୟ ।

write opinions
0 104

ଜୀବନରେ ବିଭିନ୍ନ କ୍ଷେତ୍ରରେ ଅସଫଳ ହେବା ଦ୍ୱାରା ମଣିଷ ଚିନ୍ତିତ ହୋଇଯାଏ । ତେଣୁ ସେଥିରୁ ମୁକ୍ତି ପାଇବା ପାଇଁ ସେ ଉପାୟ ଖୋଜେ । ଧନ ହେଉଛି ସବୁଠାରୁ ବଡ଼ ସମସ୍ୟା । ଯାହାର ବୃଦ୍ଧି ସମସ୍ତେ ଚାହାଁନ୍ତି । ତେବେ ଆପଣ ମଧ୍ୟ ଚାହୁଁଥିବେ । ତେଣୁ ଏହି ଉପାୟ ଗୁଡ଼ିକୁ ଆପଣାନ୍ତୁ ।

ଘରେ କିମ୍ବା ଦୋକାନରେ ପ୍ରଭୁ ଗଣେଶଙ୍କ ପ୍ରତିମା ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ତେବେ ଧ୍ୟାନ ରଖନ୍ତୁ ଯେ ପ୍ରତିମାକୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠାରେ ଗଶେଶଙ୍କ ଦୃଷ୍ଟି ସିଧାସଳଖ ମୁଖ୍ୟ ଦ୍ୱାରରେ ପଡ଼ିବ ।

ଘରେ ରୂପାର ବଂଶୀ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଭଗବାନ କୃଷ୍ଣଙ୍କ ସହିତ ଦେବୀ ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି ।

ଘର ମନ୍ଦିରରେ ଦେବୀ ଲକ୍ଷ୍ମୀଙ୍କ ଫଟୋ ରଖିବା ସହିତ କୁବେରଙ୍କର ମଧ୍ୟ ଫଟୋ ସ୍ଥପନ କରନ୍ତୁ । ଏହା ସହିତ ସଫା ସୁତୁରା ମଧ୍ୟ ରଖନ୍ତୁ । ଧନ ବଢିବ ।

ଶଙ୍ଖକୁ ବାସ୍ତୁ ଦୃଷ୍ଟି କୋଣରୁ ଖୁବ ଶୁଭ ବୋଲି କୁହାଯାଏ । ଦକ୍ଷିଣବର୍ତ୍ତୀ ଶଙ୍ଖ ଯେଉଁ ଘରେ ସ୍ଥାପନ କରାଯାଏ ସେଠାରେ ଦରିଦ୍ରତା କମ ହୋଇଥାଏ ଏବଂ ସୁଖ ଓ ସମୃଦ୍ଧି ବଢିଥାଏ । ଶଙ୍ଖରେ ଶୁଦ୍ଧ ଜଳ ପରିପୂର୍ଣ୍ଣ କରି ବ୍ୟକ୍ତି,ବସ୍ତୁ ଓ ସ୍ଥାନରେ ଛିଂଚିବା ଦ୍ୱାରା ଦୁର୍ଭାଗ୍ୟ,ଅଭିଶାପ,ଅଭିଚାର ଏବଂ ଦୁର୍ଗ୍ରହର ପ୍ରଭାବ ନଷ୍ଟ ହୋଇଥାଏ । ଯାଦୁ ଓ ଖରାପ ନଜର ଆଦିରୁ ମୁକ୍ତି ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More