Only for Entertainment

କଳା ରଙ୍ଗର ବ୍ୟବହାର ଆପଣଙ୍କ ପାଇଁ କେତେ ଶୁଭ?

homedit.com
37

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣ ବିଭିନ୍ନ ପ୍ରକାରର ରଙ୍ଗର ବ୍ୟବହାର କରିଥାଆନ୍ତି । କିନ୍ତୁ କେବେ ଭାବିଛନ୍ତି କି ଏହା କେତେ ଦୂର ଠିକ । ଏହା ଆପଣଙ୍କ ଜୀବନରେ ଭଲ ପ୍ରଭାବ ପକାଏ ନା ଖରାପ ପ୍ରଭାବ । କାରଣ ହେଉଛି ଆପଣ କେବେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ ବା ଏହାକୁ ନେଇ କେବେ ମଧ୍ୟ ବିଚାର କରନ୍ତି ନାହିଁ । ଘରେ କଳା ରଙ୍ଗର ବ୍ୟବହାର କରିବା ଶୁଭ ନା ଅଶୁଭ ତାହା ଉପରେ ମଧ୍ୟ ଆପଣ ଧ୍ୟାନ ଦିଅନ୍ତି ନାହିଁ । ଆମେ ଆଜି ତାହା ଉପରେ ଆଲୋଚନା କରିବା ।

ବାସ୍ତବରେ ଯଦି ଆପଣ ବାସ୍ତୁ ଶାସ୍ତ୍ରକୁ ବିଶ୍ୱାସ କରନ୍ତି ଏହି କଥା ଉପରେ ଧ୍ୟାନ ଦେଇପାରିବେ । ଆଜ୍ଞା ହଁ କଳା ରଙ୍ଗ ଉପରେ ରାହୁଙ୍କର ପ୍ରଭାବ ରହିଥାଏ । ଯାହା ଆମ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ଛୋଟ ପିଲାଙ୍କ ବେଡ ରୁମରେ ଗାଢ ବାଦାମୀ ଏବଂ କଳା ଆଦି ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।ରୋଷେଇ ଘରେ କଳା ରଙ୍ଗର କାଉଂଟର ଟପ ବ୍ୟବହାର କରନ୍ତୁ ନାହିଁ । ଯଦି କଳା ରଙ୍ଗର ପଥର ଲଗାଇଛନ୍ତି ତେବେ ଖରାପ ସମୟରୁ ବଂଚିବା ପାଇଁ ଗ୍ୟାସ ଷ୍ଟୋଭ ତଳେ ଅନ୍ୟ ରଙ୍ଗର ମାର୍ବଲ ବା ଟାଇଲ ଲଗାଇ ଦିଅନ୍ତୁ ।

କଳା ରଙ୍ଗକୁ ନକରାତ୍ମକ ବୋଲି କୁହାଯାଏ । ତେଣୁ ଘରକୁ ଖରାପ ନଜରରୁ ବଂଚଇବା ପାଇଁ କଳା ରଙ୍ଗର ମାଠିଆ ଘର ବାହାରେ ଲଗାଯାଏ ।ଦ୍ୱାର ବନ୍ଧରେ କଳା ସୂତା ବନ୍ଧା ଯାଏ ବା କଳା ଟିକା ଲଗାଯାଏ । ଏଭଳି କରିବା ଦ୍ୱାରା ଖରାପ ନଜରରୁ ରକ୍ଷା ମିଳିଥାଏ ।ଏହି ପ୍ରଥା ପ୍ରାଚୀନ କାଳରୁ ଚାଲିଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More