ମେଥିପତ୍ର ଶରୀର ପାଇଁ ଖୁବ ଉପକାରୀ । ଏହାକୁ ନେଇ ବିଭିନ୍ନ ପ୍ରକାରର ଡିସ ପ୍ରସ୍ତୁତ କରାଯାଏ । ଯାହା ଖାଦ୍ୟର ସ୍ୱାଦକୁ ବଢାଇଥାଏ ।
ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ। ଆପଣ ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇବା ଦ୍ୱାରା ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ।
ବିଶେଷ କରି ଏହି ଶାଗ ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ। ଗ୍ୟାସ୍ଷ୍ଟ୍ରିକ୍ରୁ ନେଇ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣାକୁ ମେଥି ଶାଗ ଖାଇ ଦୂରେଇ ଦେଇ ହୁଏ।
ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ। ତେଣୁ, ଆପଣ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍ କରାଇପାରନ୍ତି।
ଏହା ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ। ଏହା ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି କାମ କରିଥାଏ। ଏହା ବିଶେଷ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ।
ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖୁବ୍ ଭଲ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତାନ୍ତ ଜରୁରୀ।