Only for Entertainment

ପଢିବା ସମୟରେ ଏହି ଦିଗକୁ ମୁହଁ କରି ବସନ୍ତୁ, ବଢିବ ଏକାଗ୍ରତା

ESSAY TIGERS
0 111

ଦିନ ଥିଲା ଅଧିକାଂଶ ବ୍ୟକ୍ତି ଅଶିକ୍ଷିତ ଥିଲେ । କିନ୍ତୁ ସମୟ ପରିବର୍ତ୍ତନ ହୋଇଛି । ସମାଜରେ ଅଶିକ୍ଷିତଙ୍କ ସଂଖ୍ୟା ହ୍ରାସ ହୋଇ ଶିକ୍ଷିତଙ୍କ ପରିମାଣରେ ବୃଦ୍ଧି ଘଟିଛି । ଛୋଟ ପିଲା ମାନଙ୍କ ଉପରେ ତ ପଢାର ଭାର ଏତେ ମାତ୍ରାରେ ବଢିଯାଉଛି ତାହା ଆଶ୍ଚର୍ଯ୍ୟଜନକ । ଏହା ସହିତ ଯୁବ ଗୋଷ୍ଠିଙ୍କ ବିଷୟରେ ଆଲୋଚନା କଲେ କିଛି କମ ହେବ ନାହିଁ । ସୁନ୍ଦର ଭବିଷ୍ୟତ ପାଇଁ ସେମାନଙ୍କୁ ମଧ୍ୟ ପଢା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି । କିନ୍ତୁ ଏହା ଏଭଳି ଏକ ବୟସ ଯେଉଁ ସମୟରେ ସେମାନଙ୍କର ପଢାରେ ଆଦୌ ମନ ଲାଗେ ନାହିଁ । ଏଥିପାଇଁ ପିତାମାତା ମାନେ ଖୁବ ଚିନ୍ତାରେ ପଡ଼ିଯାନ୍ତି । ତେଣୁ ଏହାର ସମାଧାନ ପାଇଁ ମଧ୍ୟ କେତେକ ଉପାୟ ରହିଛି । ଯାହା ବାସ୍ତୁ ସହିତ ସମ୍ପୂର୍ଣ୍ଣ ଜଡ଼ିତ । କାରଣ ବାସ୍ତୁ ଏଭଳି ଏକ ଉପାୟ ଯାହା ନକରାତ୍ମକ ଶକ୍ତିକୁ ହ୍ରାସ କରି ସକରାତ୍ମକ ଶକ୍ତିର ପ୍ରଭାବକୁ ବଢାଇଥାଏ । ଯାହା ମନରୁ ନେଗେଟିଭ କଥାକୁ ଦୂର କରି ପଜିଟିଗ କଥା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ ।

ପଢିବା ପାଇଁ ରେଗୁଲାର ଆକୃତିର ଟେବଲ ବା ଏକ ନିର୍ଦ୍ଦିଷ୍ଟ ଧରଣର ବା ଆୟତାକାର କିମ୍ବା ଗୋଲାକାର ଟେବୁଲ ବ୍ୟବହାର କରିବା ଦରକାର । ଟେବଲର କୋଣଭାଗ କଟା ଯାଇନଥିବା ଆବଶ୍ୟକ । କାରଣ ଅନ୍ୟ ଆକୃତିର ଟେବଲ ବ୍ୟବହାର କରିବା ଦ୍ୱାରା ପଢାରେ ବିଭିନ୍ନ ବାଧା ସୃଷ୍ଟି ହୋଇଥାଏ ।

ପଢିବା ସମୟରେ ଉତ୍ତର ଦିଗକୁ ମୁହଁ କରି ପଢିବା ଉଚିତ । କାରଣ ଏହା ଦ୍ୱାରା ପଢାରେ ମନ ଲାଗିଥାଏ ଏବଂ ଶକ୍ତି ମିଳିଥାଏ । ଏହା ସହିତ କ୍ଲାନ୍ତ ଅନୁଭବ ହୋଇନଥାଏ ଏବଂ ଏକାଗ୍ରତା ବଢିଥାଏ ।

ପଢିବା ସମୟରେ ପଛରେ ଏକ କାନ୍ଥ ରହିଥିବା ଦରକାର । ଯାହା ଦ୍ୱାରା ପବନ ମଧ୍ୟ ଆସି ପାରବ ନାହିଁ । ନଚେତ ଏକାଗ୍ରତା ହ୍ରାସ ପାଏ ।

ପଢାରେ ଲେମନ ହଳଦିଆ ବା ବାଇଗଣୀ ରଙ୍ଗ ବ୍ୟବାହାର କରିବା ଦ୍ୱାରା ମଧ୍ୟ ଏକାଗ୍ରତା ବଢିଥାଏ ।
ତେବେ ଏହି ସବୁ ଉପାୟ ଅବଲମ୍ବନ କରବା ଦ୍ୱାରା ପଢାରେ ଏକାଗତା ବଢିଥାଏ । ଯାହା ଖୁବ ସାଧାରଣ ଏବଂ ଅନୁସରଣ କରବା ପାଇଁ ମଧ୍ୟ ଅତି ସହଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More