Only for Entertainment

ପାକିସ୍ତାନୀ ଫ୍ୟାନ୍ସ ଭାରତୀୟ ଙ୍କ ସହ ଗାଇଲେ ରାଷ୍ଟ୍ର ସଂଗୀତ, ଭାଇରାଲ ହେଲା ଭିଡିଓ ।

khabarndtv
0 74

ଏସିଆ କପ’ର ଟିମ ଇଣ୍ଡିଆ ଶାନଦାର ଆରମ୍ଭ ହୋଇଛି । ପ୍ରଥମେ ହଙ୍ଗକଙ୍ଗକୁ ହରାଇଲା । ଏହାପରେ ପାକିସ୍ତାନକୁ ଏକତରଫା ହରାଇ ସୁପର୪ରେ ଏଂଟ୍ରି କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେତେବେଳେ ମୁକାବିଲା ହୁଏ ଖେଳାଳୀ ନିଜ ନିଜ ଭିତରେ ଝଗଡା କରନ୍ତି ନଚେତ ସେଠାରେ ଉପସ୍ଥିତ ଥିବା ଫ୍ୟାନ୍ସ ମାନେ । ମାତ୍ର ଏଥର କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ଏହି ମ୍ୟାଚ ଜବରଦସ୍ତ ହୋଇଥିଲା ଏବଂ ମ୍ୟାଚକୁ ଦର୍ଶକ ଖୁବ ମଜାରେ ଦେଖିଥିଲେ , ମାତ୍ର ଏହା ମଧ୍ୟରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ନିଶ୍ଚୟ ଖୁସି ହୋଇଯିବେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପାକିସ୍ତାନ ଫ୍ୟାନ ଛିଡା ହୋଇଥିଲେ ଏବଂ ପଛରେ ଭାରତର ରାଷ୍ଟ୍ର ସଂଗୀତ ବାଜୁଥିଲା । ପାକିସ୍ତାନୀ ଫ୍ୟାନ୍ସ ଭାରତୀୟ ଫ୍ୟାନ୍ସଙ୍କ ସହ ମିଶି ଭାରତର ରାଷ୍ଟ୍ର ସଂଗୀତ ଗାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ୩୦ସେକେଣ୍ଡର ଏହି ଭିଡିଓକୁ ଖୁବ ଭ୍ୟୁ ମିଳି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More