Only for Entertainment

ସକାଳୁ କରନ୍ତୁ ନାହିଁ ଏହି ସବୁ ଭୁଲ, ଦିନଟି ହୋଇପାରେ ଅଶୁଭ

India
0 77

ଯଦି ଦିନର ଆରମ୍ଭ ଭଲ ହୁଏ ପୂରା ଦିନଟି ଭଲରେ କଟିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ହେଲେ କିଛି କାରଣ ଯୋଗୁଁ ଦିନଟି ଭଲରେ ବିତି ନଥାଏ। ସକାଳୁ ଆମେ କରିଥିବା କିଛି ଭୁଲ୍ ଯୋଗୁଁ ଦିନଟି ଅଶୁଭ ଫଳ ଦେଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ସକାଳେ ଉଠି କେବେ ହେଲେ ନିଜ ମୁହଁ ଦର୍ପଣରେ ଦେଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।
ଏହାସହ ନିଦରୁ ଉଠିବା ମାତ୍ରେ କୌଣସି ବ୍ୟକ୍ତିଙ୍କ ଚେହେରା ଦେଖନ୍ତୁ ନାହିଁ।

ଦିନଟି ଆପଣଙ୍କର ଭଲରେ କଟିବାକୁ ଚାହୁଁଥିଲେ ପ୍ରଥମେ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ। ନ ହେଲେ ତାଙ୍କର ଦର୍ଶନ କରନ୍ତୁ। ନିଜ ହାତ ଦେଖି ଭଗବାନଙ୍କୁ ଧ୍ୟାନ କରନ୍ତୁ। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ସକାଳ ସମୟରେ ଖାଇବା ପୂର୍ବରୁ ପଶୁ କିମ୍ୱା କୌଣସି ଗାଁର ନାଁ କହୁନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ଦିନଟି ଭଲରେ କଟି ନଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More