Only for Entertainment

ଏଥର ଆନନ୍ଦ ମହିନ୍ଦ୍ରା ଶେୟାର କଲେ ଏଭଳି ନିଆରା ଭିଡିଓ, ହସି ହସି ହୋଇଯିବେ ବେଦମ୍ !

95

ଆନନ୍ଦ ମହିନ୍ଦ୍ରାଙ୍କୁ ଏହି ଭିଡିଓକୁ ଦେଖି ସବୁ ଖୁବ ହସିବାରେ ଲାଗିଛନ୍ତି । ମାମଲା ବିଦେଶୀ ଅଟେ ମାତ୍ର ଆମ ଦେଶ ସହ ଜଡିତ ଅଟେ । ଅସଲରେ ନ୍ୟୁୟର୍କର ଏକ ୟୁଟ୍ୟୁବର ଅଟନ୍ତି, ଯିଏ ବଲିଉଡ ଗୀତରେ ଅଜବଗଜବ ଡାନ୍ସ କରିଛନ୍ତି । ତାଙ୍କର ଏକ ଭିଡିଓ ଆନନ୍ଦ ମହିନ୍ଦ୍ରା ୧୮ଅଗଷ୍ଟରେ ଶେୟାର କରିଛନ୍ତି , ଯାହା ଭାଇରାଲ ହୋଇଛି । ଏହାର କ୍ୟାପଶନରେ ମହିନ୍ଦ୍ରା ଲେଖିଛନ୍ତି, ‘ଯେତେବେଳେ ଆଗକୁ ସେ ନ୍ୟୁୟର୍କର ମ୍ୟାନହ୍ୟାଟନ ଗଳିରେ ବଲିଉଡ ଗୀତରେ ନାଚିବେ, ତେବେ ହୁଏତ ନିଜକୁ ଏକା ପାଇବେନି ।

ଦେଖନ୍ତୁ ଏଠାରେ ଡାନ୍ସ-

ତେବେ ଏହି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଥିବା ବେଳେ, ଏହି ଭିଡିଓରେ ଅନେକ କମେଂଟ ଦେଖିବାକୁ ମିଳିଛି । ଦର୍ଶକ ଏହି ଭିଡିଓକୁ ଖୁବ ପସନ୍ଦ କରିବା ସହ ଅନେକ ମାତ୍ରାରେ ଶେୟାର ମଧ୍ୟ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଭିଡିଓ ବର୍ଷେ ପୁରୁଣାର ଅଟେ । ଯେଉଁଥିରେ ପ୍ରସିଦ୍ଧ କମେଡିଆନ ଏବଂ ୟୁଟ୍ୟୁବର କ୍ୟୁପାର୍କ ନିଜ ଚ୍ୟାନେଲରେ ଶେୟାର କରିଛନ୍ତି । ଏହି ଭିଡିଓରେ ଚୋଲି କେ ପିଛେ କ୍ୟା ହେ, ଧୁମ ମଚା ଲେ, ବୋଲେ ଚୁଡିଆଁ, ଶିଲା କି ଜୱାନୀ ଭଳି ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More