ଶିବରାଜ ସିଂ ଚୌହାନଙ୍କ ବାହୁବଲୀ ଅବତାର ଭିଡିଓ, ଦେଖନ୍ତୁ !
ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଡିଜିଟାଲ ଭିଡିଓ ଯୁଦ୍ଧ ଆରମ୍ଭ ହୋଇଗଲାଣି । ଯାହାର ପ୍ରସ୍ତୁତି ପାର୍ଟି ଅନେକ ଦିନ ପୂର୍ବରୁ କରି ସାରିଲେଣି । ଏହି ଧାରା ରେ ଏବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌ÷ହାନଙ୍କ ଏକ ଭିଡିଓ ଖୁବ ଚର୍ଚ୍ଚାରେ ରହିଛି । ଏହି ଭିଡିଓ ବିଜେପି ସମର୍ଥକ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରହିଛି ମଧ୍ୟପ୍ରଦେଶ କି ବାହୁବଲୀ ।
ଏହି ଭିଡିଓରେ ଅନେକ ନେତାଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖି ଅନୁମାନ ଲଗାଯାଇ ପାରିବ ଯେ ଆଗକୁ ଏହିଭଳି ଅନେକ ଭିଡିଓ ଚର୍ଚ୍ଚାରେ ଆସିପାରେ ଏବଂ ସୋସିଆଲ ମିଡିଆରେ ବନ୍ୟା ଆଣିପାରେ । ଏବେ ଏହାର ଉତ୍ତର ପାଇଁ କଂଗ୍ରେସର ଭିଡିଓର ଅପେକ୍ଷା ରହିଛି ।
ଏହି ଭିଡିଓରେ ଶିବରାଜ ସିଯ ଚୌହାନ ବାହୁବଲୀ ଭୁମିକାରେ ନଜର ଆସିବେ ଏବଂ ମାହିଷ୍ମତି ସାମ୍ରାଜ୍ୟର ରାଜକୁମାର ହୋଇଛନ୍ତି । ଏଥିରେ ସିନ୍ଧିଆଙ୍କୁ ଭଲାଲ ଦେବ ରୂପରେ ଦେଖାଯାଇଛି , ଯିଏ ଏହି ବାହୁବଲୀ ଫିଲ୍ମରେ ଖଳନାୟକ ଅଟନ୍ତି ।
Creativity in overdrive ahead of the Madhya Pradesh elections. Here’s one which posits @ChouhanShivraj as MP Ka Bahubali. pic.twitter.com/ITXLgbuBVA
— जय श्री राम (@amarbansal241) August 31, 2018
ଯଦିଓ ଏବେ ବିଜେପି କହିଛି ଏହି ଭିଡିଓକୁ କେହି ସମର୍ଥକ ପ୍ରସ୍ତୁତ କରିଛି , ଏଥିରେ ପାର୍ଟିର କୌଣସି ହାତ ଥିବା ଅସ୍ୱୀକାର କରିଛନ୍ତି । ସେପଟେ ଏହି ଭିଡିଓକୁ ନେଇ କଂଗ୍ରେସ ବିଜେପି ଉପରେ ଆରୋପ ଲଗାଇଛି । କଂଗ୍ରେସ ନେତା ଶୋଭା ଓଝା କହିଛନ୍ତି ଯେ ସମୟ କହିବ କିଏ ଭଲାଲଦେବ ଏବଂ କିଏ ବାହୁବଲୀ ।