ଦୋକାନକୁ ଜୋତା କିଣିବା ପାଇଁ ଯାଇଥିଲେ ଗ୍ରାହକ, କଲେ ଏପରି କାମ ଯେ ଲୋକେ ଭାବିଲେ ଚୋର, ଦେଖନ୍ତୁ ଭାଇରାଲ ଭିଡିଓ…
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ । ଫେସବୁକରେ ଅନେକ ପେଜ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜୋତା ଦୋକାନକୁ ଜଣେ ବ୍ୟକ୍ତି ଜୋତା କିଣିବା ପାଇଁ ପହଁଚନ୍ତି । କିନ୍ତୁ ନୂଆ ଜୋତା ପିନ୍ଧିବା ପମରେ ସେ ଏପରି କିଛି କରିଛନ୍ତି ଯାହାକୁ ଦେଖି ସମସ୍ତେ ତାଙ୍କୁ ଚୋର ବୋଲି ଭାବିଥାନ୍ତି ।
ଅସଲରେ ଜୋତା କିଣିବା ପାଇଁ ଆସିଥିବା ବ୍ୟକ୍ତି ଜଣଙ୍କ ନୂଆ ଜୋତା ଟାଏ କରିବା ପରେ ଖୁବ ଜୋରରେ ଦୈଡିଥାନ୍ତି । ଜୋତାର ଗ୍ରିପ ଦେଖିବା ପାଇଁ ସେ ରନ କରି ପରଖିଥାନ୍ତି । କିନ୍ତୁ ସେ ରନ କରିବା ପରେ ଲୋକେ ତାଙ୍କୁ ଚୋର ବୋଲି ଭାବିଥାନ୍ତି । ଜୋତା ଚୋରି କରି ନେଇଗଲା ବୋଲି ଭାବି ସେଲସମ୍ୟାନ ମଧ୍ୟ ସେହି ବ୍ୟକ୍ତିଙ୍କ ପଛରେ ଦୌଡନ୍ତି । କିନ୍ତୁ କିଛି ଦୂର ଦୌଡିବା ପରେ ସେ ପୁଣିଥରେ ଦେକାନ କୁ ଫେରିଆସନ୍ତି । ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ହସିଥାନ୍ତି ଏବଂ ସେଲସମ୍ୟାନ ମଧ୍ୟ ନିଜ ହସକୁ ରୋକି ପାରନ୍ତି ନାହିଁ । କିନ୍ତୁ ଏହି ଭିଡିଓ କେବେର ଏବଂ କେଉଁଠାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।
ଏହି ଭିଡିଓରେ ଏପର୍ଯ୍ୟନ୍ତ ୧.୫ ମିଲିଅନ ଭ୍ୟୁଜ ମିଳିସାରିଛି ଏହା ସହିତ ୨୪ ହଜାରରୁ ଅଧିକ ସେୟାର ଏବଂ ୩୨ ହଜାରରୁ ଅଝଧିକ ରିଆକ୍ସନ୍ସ ମିଳିସାରିଛି ।