Only for Entertainment

ମହାକାଳ ମନ୍ଦିରରେ ନାଚିଲେ ମଡେଲ, ଭାଇରାଲ ହେଲା ଭିଡ଼ିଓ

amarujala
0 37

ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲେ ମନରେ ଭକ୍ତି ଆସେ। ଭାବାନ୍ତର ଆସିବା ପରେ ଶାନ୍ତ ମନରେ ଆମେ ପ୍ରାର୍ଥନା କରିବାକୁ ଶ୍ରେୟ ମଣୁ। ଆମ ସହ ଆପଣ ବି ଏ କଥାରେ ଏକମତ ହେବେ।

ହେଲେ ସେଦିନ କ’ଣ ହେଲା କେଜାଣି, ଠାକୁର ଦର୍ଶନ କରି ଆସିବା ପରେ ଜଣେ ଧଳା ଶାଢୀ ପରିହିତ ଯୁବତୀ ମନ୍ଦିର ଭିତରେ ନାଚିବାକୁ ଲାଗିଲେ। ଲୋକେ ଦେଖୁଥିଲେ ବି କିଛି କହୁ ନ ଥାନ୍ତି। ହେଲେ ଏବେ ଉକ୍ତ ମହିଳାଙ୍କ ଅଶାଳୀନ ନୃତ୍ୟର ଏହି ଭିଡିଓ ସୋଶଲ ମିଡିଆରେ ଭାଇରାଲ ହୋଇଛି । ଆଉ ଯୁବତୀଙ୍କ ପରିଚୟ ପଦାକୁ ଆସିଛି।

 

ଯୁବତୀ ଜଣକ ବମ୍ବେର ଜଣେ ମଡେଲ। ତାଙ୍କ ନାଁ  ନନ୍ଦିନୀ କୁରିଲ ବୋଲି ଅନୁମାନ କରାଯାଉଛି। କାରଣ ଭାଇରାଲ ହୋଇଥିବା ଭିଡ଼ିଓରେ ଏହି ନାଁଟି ରହିଛି। ଭିଡିଓଟି ଉଜୈନ୍ନର ପ୍ରସିଦ୍ଧ ମହାକାଳ ଜ୍ୟୋତିଲିଙ୍ଗ ମନ୍ଦିର ପରିସରରେ ସୁଟ୍‌ ହୋଇଛି। ମଡେଲ ଜଣକ ନିଜ ଅନ୍ଦାଜରେ ନାଚ କରୁଥିବା ବେଳେ ତାଙ୍କର କେହି ସହଯୋଗୀ ଏହାକୁ ସୁଟ୍‌ କରିଛନ୍ତି।

ଏହି ମନ୍ଦିରକୁ ମୋବାଇଲ ଆଣିବା ଉପରେ ପ୍ରତିବନ୍ଧକ ଥିବା ବେଳେ ମଡେଲ ଜଣକ ସେଠାକୁ କ୍ୟାମେରା କିପରି ନେଲେ ଓ କେଉଁ ସ୍ଥାନରେ ଭିଡିଓ ସୁଟ୍‌ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ମନ୍ଦିର ପରିଚାଳକ ଅଭିଶେକ ଦୁବେ ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି। ଏପରକି ମନ୍ଦିର ପରିସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ହେବ ବୋଲି ମଧ୍ୟ ଦୁବେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More