Only for Entertainment

ଯେତେବେଳେ ମହିଳା ଜଣକ କ୍ଷୀରରେ ପ୍ରସ୍ତୁତ କଲେ ମ୍ୟାଗି, ଲୋକଙ୍କୁ ମନେ ପଡିଲା ‘ସୂର୍ଯବଂଶମ’ ଫିଲ୍ମର ଖୀରି !

74

ପାହାଡ ଠାରୁ ନେଇ ସମୁଦ୍ର କୂଳ ପର୍ଯ୍ୟନ୍ତ ମ୍ୟାଗି ସହଜରେ ମିଳିଯାଇଥାଏ । କାହାକୁ ସାଧାରଣ ମ୍ୟାଗି ଦରକାର ତ କାହାକୁ ଟମାଟୋ, ପିଆଜ ଏବଂ ମଟର ସହ ପସନ୍ଦ । କିଛି ଲୋକ ମ୍ୟାଗିକୁ ଅଣ୍ଡା ସହ ପ୍ରସ୍ତୁତ କରି ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ମ୍ୟାଗି ସହ ଜଡିତ ଏକ ଫଟୋ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖି ଟ୍ୱିଟରରେ ଚହଳ ସୃଷ୍ଟି ହୋଇଛି । ଅସଲରେ ଏହି ରେସିପି ମୁତାବକ ମ୍ୟାଗିକୁ କ୍ଷୀର ସହ ପ୍ରସ୍ତୁତ କରାଯାଇଛି । ଆଜ୍ଞା ହଁ, ଏହି ମ୍ୟାଗି ଏକ ମିଠା ରେସିପିରେ ପ୍ରସ୍ତୁତ କରାଯାଇଛି ।

ଏହି ଭିଡିଓକୁ ଦେଶୀ ଗୁନର ନାମକ ବ୍ୟବହାରକାରୀ ଟ୍ୱିଟରରେ ୧୨ସେପ୍ଟେମ୍ବରରେ ଶେୟାର କରାଯାଇଥିଲା । ସେ ଭିଡିଓରେ କ୍ୟାପଶନ ଲେଖିଛନ୍ତି ଯେ ‘ମ୍ୟାଗି କେ ବେଷ୍ଟ ରେସିପି’ । ଖବର ଲେଖାଯିବା ପରେ ଏହି ଭିଡିଓକୁ ଅଢେଇ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି । ପାଖାପାଖି ୩ହଜାର ଲୋକ ଏହାକୁ ଲାଇକ କରିସାରିଲେଣି । ଏହାସହ ଟ୍ୱିଟକୁ ୯୪୯ ରିଟ୍ୱିଟ ମିଳିବା ପରେ ୧ହଜାରରୁ ଅଧିକ ଲୋକ ପ୍ରତିକ୍ରିୟା ଦେଇ ସାରିଲେଣି ।

ଅସଲରେ ୟୁଟ୍ୟୁବରେ ଏକ ଚ୍ୟାନେଲ ରହିଛି ହେମାନ୍ସି ୱାର୍ଲ୍ଡ । ଏହି ରେସିପିର ଭିଡିଓ ଏହି ଚ୍ୟାନେଲରେ ୨୦ମାର୍ଚ୍ଚ ୨୦୧୭ରେ ଶେୟାର କରାଯାଇଥିଲା । ଏଠାରେ ଆମେ କହି ରଖୁଛୁ ଯେ , ଏହି ଚ୍ୟାନେଲରେ ହାରାହାରି ୮ଲକ୍ଷ ସବସ୍କ୍ରାଇବର ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More