Only for Entertainment

ଭୁଟାନରେ ପତ୍ନୀ ଅନୁଷ୍କାଙ୍କ ସହ ଜନ୍ମଦିନ ପାଳିବେ ବିରାଟ, ପାର୍ଟି ପୂର୍ବ ପରିବା ମାର୍କେଟରେ ପହଂଚିଲେ ଅନୁଷ୍କା !

20

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ଦିନ ହେବ ସ୍ୱାମୀ ବିରାଟଙ୍କ ସହ ଭୁଟାନରେ କ୍ୱାଲିଟି ଟାଇମ ବିତାଉଛନ୍ତି । ଏହି ବିରାଟ କୌଣସି ବ୍ୟକ୍ତିଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି । ଅନୁଷ୍କା ତାଙ୍କ ପାଖରେ ଛିଡା ହୋଇଥିବା ନଜର ଆସିଛନ୍ତି ।

ଲୁକ ବିଷୟରେ କହିବାକୁ ଗଲେ ଅନୁଷ୍କା ଫିକା ଗୋଲାପୀ ରଂଗର ସ୍ୱେଟସାର୍ଟ ସହ ଟ୍ରାକ ପ୍ୟାଂଟ ପିନ୍ଧି କୁଲ ଅନ୍ଦାଜରେ ନଜର ଆସିଛନ୍ତି ।

ଫଟୋ ଦେଖି ଅନୁମାନ ହେଉଛି ଯେ ବିରାଟ ଏବଂ ଅନୁଷ୍କା ଆରାମ ଦାୟକ ମୁଡରେ ନଜର ଆସିଛନ୍ତି । ଅନୁଷ୍କା ଏହି ଟ୍ରିପର କିଛି ଫଟୋ ସୋସିଆଲ ମିଡିଆ ଅକାଉଂଟରେ ମଧ୍ୟ ଶେୟାର କରିଛନ୍ତି । ଅନୁଷ୍କା ସୋସିଆଲ ମିଡିଆ ଅକାଉଂଟରେ ଭୁଟାନର ପରିବା ବଜାରର ଫଟୋ ଶେୟାର କରିଛନ୍ତି ଏହାସହ ପିଲାଦିନର ସ୍ମୃତିକୁ ମଧ୍ୟ ଶେୟାର କରିଛନ୍ତି ।

୫ନଭେମ୍ବରରେ ବିରାଟଙ୍କ ବର୍ଥଡେ ମଧ୍ୟ ଥିବା ହେତୁ ଅନୁମାନ ହେଉଛି ଏଥର ବିରାଟ ଏଠାରେ ହିଁ ଅନୁଷ୍କାଙ୍କ ସହ ଜନ୍ମଦିନ ସେଲିବ୍ରେଟ କରିବେ ।

ଅନୁଷ୍କାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏବେ ସେ ଫିଲ୍ମ ଠାରୁ ଅନେକ ଦୂରରେ ଅଛନ୍ତି । ବଡ ପରଦା ଠାରୁ ଦୂରରେ ସ୍ୱାମୀଙ୍କ ସହ ସମୟ ଅତିବାହିତ କରୁଛନ୍ତି । ଶେଷଥର ସେ ଶାହରୁଖ-କ୍ୟାଟଙ୍କ ଅଭୀନିତ ଫିଲ୍ମ ଜିରୋ’ରେ ନଜର ଆସିଥିଲେ । ଯାହା ବକ୍ସଅଫିସରେ ଖାସ କମାଲ ପାରିନଥିଲା । ମାତ୍ର ଅନୁଷ୍କାଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More