Only for Entertainment

ଭାଜପା ଲିଷ୍ଟ ଜାରି ହେବା ପରେ ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ndtv
39

ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ୧୧ ଅପ୍ରେଲକୁ ହେବାକୁ ଯାଉଛି । ଏଥିପାଇଁ ବିଜେପି ଏବଂ କଂଗ୍ରେସ ଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ଦଳ ଲୋକମାନଙ୍କୁ ଇମ୍ପ୍ରେଶ ଏବଂ ଆକର୍ଷିତ କରିବା ପାଇଁ ଲାଗି ପଡ଼ିଛନ୍ତି । ବିଜେପି ଲୋକସଭା ନିର୍ବାଚନ ୨୦୧୯ ପାଇଁ ଷ୍ଟାର ପ୍ରଚାରକଙ୍କ ସୂଚନା ଜାରି କରିଛନ୍ତି । ଏହି ସୂଚୀରେ ବିଜେପିର ବଡ଼ ନେତାଙ୍କ ନାମ ମଧ୍ୟ ସାମିଲ ଅଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ହେଉଛି ବଲିଉଡ ଆକ୍ଟର ବିବେକ ଓବରୟଙ୍କ ନାମ ମଧ୍ୟ ବିଜେପିର ଷ୍ଟାର ପ୍ରଚାରକଙ୍କ ନାମ ଥିବା ସୂଚୀରେ ୪୦ ଲୋକଙ୍କ ମଧ୍ୟରେ ସାମିଲ ଅଛି । କାରଣ ହେଉଛି ବିବେକ ଏପର୍ଯ୍ୟନ୍ତ ରାଜନୀରେ ପ୍ରବେଶ କରିନାହାଁନ୍ତି ।

କହିରଖୁଛୁଯେ ପିଏମ ମୋଦିଙ୍କ ବାୟୋପିକରେ ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ନଜର ଆସିବେ । ପ୍ରଥମେ ଫିଲ୍ମ ୧୨ ଅପ୍ରେଲକୁ ରିଲିଜ ହେବାର ଥିଲା, ଏହାପରେ ଫିଲ୍ମର ରିଲିଜ ଡେଟକୁ ୫ ଅପ୍େରଲକୁ ଘୁଂଚାଇ ଦିଆଗଲା ଏବଂ ଗତକାଲି ମଧ୍ୟ ଫିଲ୍ମ ରିଲିଜ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More