Only for Entertainment

ଭାରତୀୟ କ୍ରିକେଟ ଟିମ୍ ର ମଜା ଉଡ଼ାଇ ନିନ୍ଦା ଶୁଣିଲେ ବିବେକ ଓବରୟ

93

ଗତ କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ବିବେକ ଓବରୟ ଏକ୍ସ-ଗର୍ଲଫ୍ରେଣ୍ଡ ଐଶ୍ୱରୀୟାଙ୍କର ଦୁଇଟି ମିମ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହାପରେ ଏକ ମହିଳା ସଙ୍ଗଠନ ଏହାକୁ ବିରୋଧ କରିବା ସହିତ ଅନ୍ୟ ସମସ୍ତେ ମଧ୍ୟ ବିବେକଙ୍କ ଏଭଳି ଘୃଣ୍ୟ କାର୍ଯ୍ୟକଳାପକୁ ଯଥେଷ୍ଟ ନିନ୍ଦା କରିଥିଲେ । ଯାହାପରେ ବିବେକ ବାଧ୍ୟ ହୋଇ ସେହି ଟ୍ୱିଟକୁ ଡିଲିଟ କରି ଦେଇଥିଲେ ।

ଏବେ ପୁଣିଥରେ ସେହିଭଳି କିଛି କାମ କରିଛନ୍ତି ଏହି ଆକ୍ଟର । ବାସ୍ତବରେ ବିବେକ ଭାରତୀୟ କ୍ରିକେଟ ଟିମ୍ ର ମଜା ଉଡ଼ାଇ ଏକ ମିମ ଶେୟାର କରିଛନ୍ତି, ଯାହାପରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇ ଯାଇଛି ।

 

ନିକଟରେ ବିବେକ ଭାରତୀୟ କ୍ରିକେଟ୍‌ ଟିମ୍‌ ନ୍ୟୁଜିଲାଣ୍ଡ୍‌ଠାରୁ ହାରି କରି ଦେଶକୁ ଫେରୁଥିବାର ବେଳର ଏକ ମିମ ସେୟାର କରିଛନ୍ତି। ଏଥିପାଇଁ ବି ତାଙ୍କୁ ଓଲଟା ସମାଲୋଚିତ ହେବାକୁ ପଡ଼ିଛି। ବିବେକ ସେୟାର କରିଥିବା ମିମରେ ଦେଖିବାକୁ ମିଳିଛି ଜଣେ ବିଦେଶୀ ମହିଳା ହାତ ବଢ଼ାଇ ଆଲିଙ୍ଗନ କରିବା ଢଙ୍ଗରେ ଆସୁଛନ୍ତି। ତାଙ୍କୁ ଭାରତୀୟ ଟିମ୍‌ ଜର୍ସିର ରଙ୍ଗ ନୀଳ ପୋଷାକ ପିନ୍ଧି ଜଣେ ବ୍ୟକ୍ତି ଆଲିଙ୍ଗନ କରିବାକୁ ଗଲା ବେଳକୁ ସେ ତାଙ୍କୁ ବାଦ୍‌ ଦେଇ ଅନ୍ୟ ଜଣଙ୍କ ଆଡକୁ ପଳାଉଛନ୍ତି। ଏହାକୁ ଦେଇ ବିବେକ ଲେଖିଛନ୍ତି ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଫ୍ୟାନ୍‌ଙ୍କ ସହ ଏପରି ଘଟିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More