Only for Entertainment

ଇଟାରେ ନୁହେଁ ପୁରୁଣା ଟି.ଭିରେ ନିର୍ମାଣ ହୋଇଛି ଏହି କାନ୍ଥ ।

punjabkesari
0 24

ଆଜି ପର୍ଯ୍ୟନ୍ତ ଆପଣ ଘରର କାନ୍ଥ ଇଟା କିମ୍ବା ପଥରରେ ନିର୍ମାଣ ହୋଇଥିବା ଦେଖିଥିବେ । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏହିଭଳି କିଛି ଘଟଣା ଦେଖିବାକୁ ମିଳୁଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ନିକଟରେ ସେହିଭଳି ଏକ ଘଟଣା ଖୁବ ଚର୍ଚ୍ଚାରେ ରହିଛି ।

ବାସ୍ତବରେ ଭିଏତନାମାରେ ହୋନ ଥାମ ନାମକ ଏକ ଦ୍ୱୀପରେ ଏଭଳି ଏକ ଘର ରହିଛି ଯାହା ଯାଉଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । କାରଣ ଏହି ଘରର କାନ୍ଥ ପୁରୁଣା ହୋଇ ଯାଇଥିବା ଟିଭିରେ ନିର୍ମାଣ ହୋଇଛି ।

ସେହି ଦ୍ୱୀପରେ ଜଣେ ଟିଭି ମରାମତି କରୁଥିବା ବ୍ୟକ୍ତି ଅଛନ୍ତି । କୌଣସି ଉପଯୋଗ କାରଣରୁ ସେ ଏହି ଟିଭି ଗୁଡ଼ିକୁ ଜମା କରିଥିଲେ,କିନ୍ତୁ ସୂର୍ଯ୍ୟ କିରଣରେ ଟିଭିକୁ କୌଣସି କ୍ଷତି ନ ପହଂଚିବାରୁ ସେଠାରେ ନିକଟରେ ରହୁଥିବା ଜଷର ଘର ମାଲିକ ଟିଭିରେ ଘରର ପାଚେରୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ । ନିକଟରେ ଜଣେ ବ୍ୟକ୍ତି ନିଜ ପରିବାର ସହିତ ସେହି ଦ୍ୱୀପକୁ ବୁଲିବାକୁ ଯାଇଥିଲେ । ଏହି ସୁନ୍ଦର ଜିନଷକୁ ଦେଖିବା ପରେ ଲୋକଙ୍କ ସହିତ ସେୟାର ନ କରି ରହିପାରି ନଥିଲେ ।

କିଛି ଲୋକ ଯେତେବେଳେ ଏହାକୁ ପ୍ରଶଂସା କରୁଛନ୍ତି ଅନ୍ୟ କିଛି ଲୋକ ଏହା ପିଲାଙ୍କ ପାଇଁ ବିପଦ ହୋଇପାରେ ବୋଲି କହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More