Only for Entertainment

ପୁଣିଥରେ ‘ଟଏଲେଟ-୨’ ନେଇ ଆସୁଛନ୍ତି ଅକ୍ଷୟ କୁମାର, ଦେଖନ୍ତୁ ଟିଜର

zee news
0 57

ଅକ୍ଷୟ କୁମାରଙ୍କୁ ବଲିଉଡର ହିଟ ମେସିନ କୁହାଯାଇଥାଏ । ପ୍ରତିବର୍ଷ ସେ ଅତି କମରେ ୨ ରୁ ୩ ଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥାନ୍ତି । ଚଳିତ ବର୍ଷ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ’ ବକ୍ସ ଅଫିସରେ ସଫଳ ହୋଇଥିଲା । ଫିଲ୍ମରେ ସେ ମହିଳାଙ୍କ ସ୍ୱଚ୍ଛତାର ବାର୍ତ୍ତା ନେଇ ପରଦାକୁ ଆସିଥିଲେ । ଗତବର୍ଷ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଟଏଲେଟ: ଏକ ପ୍ରେମ କଥା’କୁ ମଧ୍ୟ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳିଥିଲା । ତେବେ ଲାଗୁଛି ଫିଲ୍ମର ସଫଳତାକୁ ନେଇ ଅକ୍ଷୟ ଖୁବ ଖୁସି ଅଛନ୍ତି ସେଥିପାଇଁ ତ ତାଙ୍କୁ ପୁଣିଥରେ ସୌଚାଳୟର ସମସ୍ୟା ଉପରେ କହୁଥିବାର ଦେଖିବାକୁ ମିଳିଛି ।

ନିକଟରେ ଅକ୍ଷୟ କୁମାର ଟୁଇଟ କରି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଖୁବଶୀଘ୍ର ‘ଟଏଲେଟ-୨’ ନେଇ ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହା ଜୁଲାଇରେ ରିଲିଜ ହେବ ବୋଲି ମଧ୍ୟ ଏହି ଭିଡିଓରେ ଦର୍ଶାଯାଇଛି । ‘ଟଏଲେଟ: ଏକ ପ୍ରେମ କଥା’ରେ ଅକ୍ଷୟ ଅଭିନେତ୍ରୀ ଭୂମି ପେଡଣେକରଙ୍କ ସହିତ ନଜର ଆସିଥିଲେ ଏବଂ ଫିଲ୍ମରେ ଅନୁପମ ଖେର ଏବଂ ସୁଧିର ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । କିନ୍ତୁ ଫିଲ୍ମର ଦ୍ୱିତୀୟ ପାର୍ଟରେ କ’ଣ ହେବ ତାହା ବିଷୟରେ ସେ କୌଣସି ସୂଚନା ଦେଇନାହାଁନ୍ତି ।

ଅକ୍ଷୟ ସେୟାର କରିଥିବା ଏହି ଭିଡିଓରେ ସେ କହିଛନ୍ତି, ‘ଟଏଲେଟ ତ ନିର୍ମାଣ କରିଦେଲେ କିନ୍ତୁ କାହାଣୀ ଏବେ ବାକି ରହିଛି ।’ ଅକ୍ଷୟ କୁମାର ବର୍ତ୍ତମାନ ଫିଲ୍ମ ‘ଗୋଲ୍ଡ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More