Only for Entertainment

କେଉଁଦିନ ନଖ ଏବଂ ଚୁଟି କାଟିଲେ ଶୁଭ ଅଶୁଭ ଜାଣନ୍ତି କି ?

dailymotion
0 204

ଅଧିକାଂଶ ଲୋକ ଦିନ ବାର ଦେଖି ନିଜ ଚୁଟି କାଟିଥାନ୍ତି । କେହି କେହି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଚୁଟି ଏବଂ ନଖ କାଟିବାରେ ନିଜକୁ ଦୂରେଇ ରଖନ୍ତି । ବିଶେଷ କରି ରବିବାର ସପ୍ତାହର ଛୁଟି ଦିନ ପଡୁଥିବାରୁ ଅନେକ ଏହି ଦିନ ନଖ ଓ ଚୁଟି କାଟିଥାନ୍ତି । ତେବେ କେଉଁ ଦିନ ନଖ ଏବଂ ଚୁଟି କାଟିବା ଦ୍ୱାରା କ’ଣ ଲାଭକ୍ଷତି ହୋଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା-

  • ସୋମବାର ଦିନଟିକୁ ଚନ୍ଦ୍ର ସହ ତୁଳନା କରାଯାଇଥାଏ । ତେଣୁ ଏହି ଦିନ ଚୁଟି କାଟିବା ଦ୍ୱାରା ଅଶାନ୍ତି ଲାଗିରହିଥାଏ । ମାନସିକ ସ୍ୱାସ୍ଥ୍ୟ ପାଇଁ ଏହି ଦିନ ଅଶୁଭ ହୋଇଥାଏ ।
  • ଅଧିକାଂଶ ଲୋକ ମଙ୍ଗଳବାର ଚୁଟି ନଖ କାଟନ୍ତି ନାହିଁ । କାରଣ ଏହି ଦିନ ଚୁଟି କାଟିବା ଦ୍ୱାରା ଆୟୁଷ ହ୍ରାସ ହୋଇଥାଏ ।
  • ତେବେ ବୁଧବାର ନଖ ଓ ଚୁଟି କାଟିବା ଫଳରେ ଘରର ସମୃଦ୍ଧି ବଢିଥାଏ । ଏହି ଦିନଟି ସବୁକାର୍ଯ୍ୟ ପାଇଁ ଶୁଭ ହୋଇଥାଏ ।
  • ଗୁରୁବାର ହୋଉଛି ଭଗବାନ ବିଷ୍ଣୁଙ୍କର ଦିନ । ଏହି ଦିନ ଚୁଟି କାଟିବା ଦ୍ୱାରା ବିଷ୍ଣୁଙ୍କ ଘରଣୀ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡିଥାଏ । ଏଥିସହ ମାନସମ୍ମାନର ହାନି ହୋଇଥାଏ ।
  • ଶୁକ୍ରବାର ଦିନଟିକୁ ସମସ୍ତ ସୁଖ ସୁବିଧାର ଦିନ କୁହାଯାଇଥାଏ । ଏହି ଦିନ ନଖ କିମ୍ବା ଚୁଟି କାଟିବା ଫଳରେ ଅନେକ କିଛି ଲାଭ ହୋଇଥାଏ ।
  • ଶନିବାର ଚୁଟି ଏବଂ ନଖ କାଟିବାଠାରୁ ଦୂରେଇ ରୁହନ୍ତୁ । ନଚେତ ଅଳ୍ପ ଆୟୁ ମଧ୍ୟରେ ଜୀବନ ଚାଲିଯିବାର ଆଶଙ୍କା ରହିଛି ।
  • ଅଧିକାଂଶ ଲୋକ ସମୟ ଅଭାବରୁ ରବିବାର ଦିନ ଚୁଟି କାଟିଥାନ୍ତି । ରବିବାର ଦିନଟି ସୂର୍ଯ୍ୟଙ୍କ ଦିନ ହୋଇଥାଏ । ଏହି ଦିନ ଚୁଟି କାଟିବା ଦ୍ୱାରା ଧନ ଓ ବୁଦ୍ଧିର ହାନି ଘଟିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More