Only for Entertainment

ବିଗବସରୁ ବିଦାୟ ହେବେ ଏହି ପ୍ରତିଯୋଗୀ

37

ପ୍ରତିଥର ଅପେକ୍ଷା ଏହି ଥରର ବିଗବସ ସବୁଠାରୁ ନିଆରା । ଯଦିଓ ପ୍ରଥମେ ଜଣେ କିମ୍ବା ଦୁଇଜଣ ଶୋ’ରୁ କମ ଭୋଟ ପାଇଁ ବିଦାୟ ହୋଇଥିଲେ ଏବେ କିନ୍ତୁ ସେହିଭଳି ହେଉ ନାହିଁ । ବାରମ୍ବାର ଦେଖିବାକୁ ମିଳୁଛି ଜଣକ ପରେ ଜଣେ ପ୍ରତିଯୋଗୀ କୌଣସି ଶାରୀରିକ ସମସ୍ୟା ପାଇଁ ଶୋ’ରୁ ବାହାରି ଯାଉଛନ୍ତି, ଯାହା ବିଗବସ ଇତିହାସରେ ବୋଧହୁଏ ପ୍ରଥମ ଥର । ନିକଟରେ ନିଜର ଆଙ୍ଗୁଠି ସମସ୍ୟା ଯୋଗୁଁ ପାରସ ଛାବ୍ରା ଘରୁ ଯାଇଛନ୍ତି । ତେବେ ଏହି ମଧ୍ୟରେ ସାମ୍ନାକୁ ଆସିଛି ତାଜା ଖବର । ଖବର ମୁତାବକ ଏହିଥର କମ ଭୋଟ ପାଇଁ ଜଣେ ପ୍ରତିଯୋଗୀଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିବ ।

 

ସୂଚନା ଅନୁଯାୟୀ,  ଏଥର ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ବିବି-ହାଉସ୍‌ରୁ ହିମାଂଶୀ ଖୁରାନା ବାହାରିଯିବେ। ଅର୍ଥାତ୍ ଏହି ସପ୍ତାହରେ ତାଙ୍କର ବିଗ୍‌ ବସ୍‌ର ଯାତ୍ରା ଶେଷ ହୋଇଯିବ। ଏହି ସପ୍ତାହରେ କ୍ୟାପଟେନ୍‌ ଥିବା ସିଦ୍ଧାର୍ଥ ଶୁକ୍ଲା ନିଜ ପାୱାର୍‌ ବ୍ୟବହାର କରି ରଶ୍ମି ଦେଶାଇ, ପାରସ ଛାବ୍ରା, ହିମାଂଶୀ ଖୁରାନା, ଶେଫାଲି ଜରିୱାଲା ଓ ଅସୀମ ରିଆଜଙ୍କୁ ଏଲିମିନେଶନ୍‌ ପାଇଁ ନୋମିନେଟ୍‌ କରିଥିଲେ। ତେବେ ସମସ୍ତ ନୋମିନେଟ୍ ସଦସ୍ୟଙ୍କ ଭିତରୁ ହିମାଂଶୀଙ୍କୁ ଦର୍ଶକଙ୍କର ସବଠୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କୁ ଘରୁ ଏଲିମିନେଟ୍‌ ହେବାକୁ ପଡ଼ିବ। ତେବେ ‘ୱିକେଣ୍ଡ କା ବାର୍‌’ରେ ବିଗ୍‌ ବସ୍‌ ଘରୁ ହିମାଂଶୀଙ୍କୁ ବାହାର କରୁଛନ୍ତି କି ନାହିଁ, ତାହା  ଆଜିର ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ। କିନ୍ତୁ ଯଦି ଏହା ସତ ହୁଏ, ତା’ହେଲେ ଅସୀମ୍‌ଙ୍କୁ ବଡ଼ ଝଟକା ଲାଗିପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More