Only for Entertainment

ହଠାତ ବିରାଟଙ୍କୁ ସାକ୍ଷାତ କରିବାକୁ କାହିଁକି ଲଣ୍ଡନ ଗଲେ ବିରୁଷ୍କା?

DNA India
0 34

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ କ୍ରିକେଟ୍‌ର ସ୍ୱାମୀ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବିରାଟ ପ୍ରାୟ ଏକ ମାସ ହେବ ଇଂଲଣ୍ଡରେ ଅଛନ୍ତି। ପତ୍ନୀ ଅନୁଷ୍କା ନଜର ଅପ୍‌କମିଂ ଚଳଚ୍ଚତ୍ର ’ସୁଇ ଧାଗା’ର ସୁଟିଂ କାର୍ଯ୍ୟ ପରେ ସ୍ୱାମୀଙ୍କୁ ସାଥ୍‌ ଦେବାକୁ ଯାଇ ଇଂଲଣ୍ଡରେ ପହଞ୍ଚିଥିଲେ। ଗୁରୁବାର ବିରାଟ ଓ ଅନୁଷ୍କା ବିର୍‌ମିଙ୍ଗମଠାରେ ଲଞ୍ଚ୍‌ ଡେଟ୍‌ରେ ଯାଇଥିଲେ। ସେଠାରେ ତାଙ୍କୁ ଯିଏ ଯଏନ୍‌ କରିଥିଲେ ସେ ଅନୁଷ୍କାଙ୍କ ପ୍ରିୟ ବନ୍ଧୁ ରଣବୀର କପୁରଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି।

ରଣବୀର କପୁର୍‌ ‘ବ୍ରହ୍ମସ୍ତ୍ର’ ସୁଟିଂ ଏବେ ବୁଲଗେରିଆଠାରେ ଚାଲୁ ରଖିଛନ୍ତି। ନିଜର କାମ ସାରିବା ପରେ ‘ୟେ ଦିଲ୍‌ ହୈ ମୁସ୍‌କିଲ୍‌’ର ନାୟକ ଅନୁଷ୍କାଙ୍କୁ ଭେଟିବାକୁ ବିର୍‌ମିଙ୍ଗମଠାରେ ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ, ଅନୁଷ୍କା ଓ ରଣବୀର ‘ଭେଲ୍‌ଭେଟ୍‌’ ଓ ‘ୟେ ଦିଲ୍‌ ହୈ ମୁସ୍‌କିଲ୍‌’ରେ ଏକତ୍ର କାର୍ଯ୍ୟ କରିଥିଲେ।

ଆଗକୁ ଅନୁଷ୍କା ‘ଜିରୋ’ ଓ ‘ସୁଇଧାଗା’ରେ ନଜର ଆସିବେ। ସେହିପରି ରଣବୀରଙ୍କୁ ଦର୍ଶକେ ଦେଖିବାକୁ ପାଇବେ ‘ସମ୍‌ସେରା’ ଏବଂ ‘ବ୍ରହ୍ମାସ୍ତ୍ର’ ଜରିଆରେ। ନିକଟରେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ରେ ବି କିଛି ସମୟ ପାଇଁ ରଣବୀର ଓ ଅନୁଷ୍କା ସ୍କ୍ରିନ୍‌ ସେୟାର୍‌ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More