Only for Entertainment

ସଲମାନ କାହିଁକି ଛାଡ଼ୁ ନାହାଁନ୍ତି ଗ୍ୟାଲେକ୍ସି ଆପାର୍ଟମେଂଟ?

youtube
0 67

ବଲିଉଡ ଆକ୍ଟର ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । କେବଳ ସେତିକି ନୁହେଁ ବିଗ ବସ ସିଜନ ୧୨କୁ ନେଇ ମଧ୍ୟ ଖୁବ ପ୍ରସ୍ତୁତି ଚଳାଉଛନ୍ତି । ଥରେ ଏକ ଇଂଟରଭ୍ୟୁରେ ସଲମାନ କହିଥିଲେଯେ ସେ ବଡ଼ ବଡ଼ ବଙ୍ଗଲୋ ଛାଡ଼ି କାହିଁକି ବାନ୍ଦ୍ରାର ଗ୍ୟାଲେକ୍ସି ଆପାର୍ଟମେଂଟରେ ରହୁଛନ୍ତି ।

ବାସ୍ତବରେ ସଲମାନ ତାଙ୍କ ପରିବାରକୁ ଖୁବ ଭଲ ପାଆନ୍ତି । ଗ୍ୟାଲେକି୍ସ ଆପାର୍ଟମେଂଟ୍ର ଯେଉଁ ଫ୍ଲୋରରେ ସଲମାନ ରୁହନ୍ତି ତାହାର ଉପର ଫ୍ଲାଟ୍ରେ ତାଙ୍କ ବାପା ମା ରୁହନ୍ତି । ତେଣୁ ସେ କେବେ ମଧ୍ୟ ଗ୍ୟାଲେକ୍ସି ଆପାର୍ଟମେଂଟ ଛାଡ଼ି ଯିବାକୁ ଚାହାଁନ୍ତି ନାହିଁ ।

ସେହି ମଧ୍ୟରେ ସଲମାନ ତାଙ୍କ ପ୍ରଥମ ଲଭ ଲାଇଫକୁ ନେଇ ଏକ କଥା କହିଛନ୍ତି । ସେ କହିଛନ୍ତିଯେ ୧୬ ବର୍ଷ ବୟସରେ ତାଙ୍କୁ ଜଣେ ଝିଅକୁ ପ୍ରେମ ହୋଇଥିଲା,କିନ୍ତୁ କେବେ ମଧ୍ୟ ସେ ତାଙ୍କୁ ସାହସ କରି କହିପାରିଲେ ନାହିଁ,କାରଣ ସେ ଭାବୁଥିଲେଯେ ଯଦି ସେ ଝିଅ ମନା କରିଦେବ ତେବେ ତାଙ୍କ ହୃଦୟ ଭାଙ୍ଗିଯିବ । କିନ୍ତୁ ସେହି ଝିଅ ପରବର୍ତ୍ତୀ ମୁହୂର୍ତ୍ତରେ ସଲମାନଙ୍କ ଦୁଇ ଜଣ ସାଙ୍ଗକୁ ଡେଟ୍ କରୁଥିଲେ । କିନ୍ତୁ ସଲମାନଙ୍କୁ ସେ କେବେ ମଧ୍ୟ ଧ୍ୟାନ ଦେଇ ନଥିଲେ ।
ଅନ୍ୟ ଏକ କଥା ମଧ୍ୟ ସଲମାନ କହିଛନ୍ତି । ସେ କହିଛନ୍ତିଯେ ତାଙ୍କୁ କ୍ୟାଟ୍ରିନାଙ୍କ ସହିତ କାମ କରିବାକୁ ଭଲ ଲାଗେ,କାରଣ ସେ ଖୁବ ରିହର୍ସଲ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More