Only for Entertainment

ନିଜର ବିବାହ ଡ୍ରେସକୁ ନିତି ଦିନ ପିନ୍ଧିଥାନ୍ତି ଏହି ମହିଳା, ଭାରତ ସହିତ ରହିଛି ଖାସ କନେକ୍ସନ

thescottishsun
38

ସାଉଥ ଅଷ୍ଟ୍ରେଲିଆ ଏଡେଲେଡ ସହରର ଜଣେ ମହିଳା ପ୍ରତ୍ୟେକ ଦିନ ନିଜ ବିବାହ ପୋଷାକକୁ ପିନ୍ଧିଥାନ୍ତି । ମାଛ ଧରିବା ପାଇଁ ହେଉ, ଫୁଟବଲ ଖେଳିବା ପାଇଁ ହେଉ ବା ଜିମ ଯିବା ପାଇଁ ହେଉ ପ୍ରତ୍ୟେକ କାମ କରିବା ସମୟରେ ସେ କେବଳ ନିଜର ବିବାହ ପୋଷାକକୁ ପିନ୍ଧିଥାନ୍ତି । ୪୩ ବର୍ଷିୟ ଏହି ମହିଳାଙ୍କ ନାମ ଟ୍ୟାମୀ ହଲ । ଟ୍ୟାମି ଜଣେ ପର୍ଯ୍ୟାବରଣବିତ । ପ୍ରତ୍ୟେକ ଦିନ ବିବାହ ଡ୍ରେସ ପିନ୍ଧିବାର କାରଣରେ କହି ଟ୍ୟାମୀ କହିଛନ୍ତି ଏହାର କନେକ୍ସନ ଭାରତ ସହିତ ରହିଛି ।

ଟ୍ୟାମୀ କହିଛନ୍ତି ସେ ୨୦୧୬ରେ ଭାରତ ବୁଲିବା ପାଇଁ ଆସିଥିଲେ । ଭାରତ ଆସି ସେ ଅନୁଭବ କରିଥିଲେ ଯେ ନୂଆ ପୋଷାକ ଏବଂ ଜୋତାରେ ସେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଭାରତରୁ ଫେରିବା ପରେ ସେ ମନ ବନାଇଥିଲେ ଯେ ଆଉ ସେ ଫାତଲୁ ଖର୍ଚ୍ଚ କରିବେ ନାହିଁ ।

ଏହା ପରେ ଟ୍ୟାମୀ ୨୦୧୮ ଅକ୍ଟୋବରରେ ବିବାହ କରିଥିଲେ । ବିବାହ ସମୟରେ ସେ ଏକ ଲେସୀ ହ୍ୱାଇଟ ଡ୍ରେସ ପାଇଁ ୯୮୫ ପାଉଣ୍ଡ ଅର୍ଥାତ ଭାରତୀୟ ଟଙ୍କାରେ ୮୬ ହଜାର ଖର୍ଚ୍ଚ କରିଥିଲେ । ଦ ସନ ରିପୋର୍ଟ ଅନୁସାରେ, ଟ୍ୟାମୀ କହିଥିଲେ କେବଳ ଗୋଟିଏ ଡ୍ରେସ ପାଇଁ ଏତେ ଖର୍ଚ୍ଚ କରିବା ଠିକ ନୁହେଁ । ସେଥିପାଇଁ ସେ ନିର୍ଣ୍ଣୟ ନେଇଥିଲେ ଡ୍ରେସର ପୂରା ପଇସା ଉଠାଇବା ଏବଂ ଡ୍ରେଲୀ ଡ୍ରେସ ପରି ପିନ୍ଧିବେ ।

ଟ୍ୟାମୀ ଆହୁରି ମଧ୍ୟ କହିଛନ୍ତି, ‘ଯେବେ ଏହି ଡ୍ରେସକୁ ମୁଁ ପ୍ରତ୍ୟେକ ଦିନ ପିନ୍ଧି ବାହାରିଥାଏ ସେତେବେଳେ ଲୋକେ ମୋତେ ଦେଖି ଭାବୁଥିବେ ଏହି ଡ୍ରେସ ବ୍ୟତିତ କିଛି ହାଲକା ଡ୍ରେସ ପିନ୍ଧି ହୋଇପାରିଥାନ୍ତି । କିନ୍ତୁ ମୋତେ ମୋ ବିବାହ ଡ୍ରେସ ନିତିଦିନ ପିନ୍ଧିବାକୁ ଭଲଲାଗେ । ’

ଟ୍ୟାମୀ ପବ୍ଲିକ ଟ୍ରାସପୋର୍ଟ ରେ, କାଠ କାଟିବା ସମୟରେ ବା ଗାର୍ଡେନରେ କାମ କରିବା ସମୟରେ ବିିବାହ ଡ୍ରେସ ହିଁ ପିନ୍ଧିଥାନ୍ତି । ଏପରିକି ନିଜର ଆଗାମୀ ଭକେସନରେ ମଧ୍ୟ ଟ୍ୟାମୀ ନିଜ ପତିଙ୍କ ସହିତ ଏହି ଡ୍ରେସ ପିନ୍ଧିବେ ବୋଲି ସ୍ଥିର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More