Only for Entertainment

ପୁରୁଷଙ୍କ ବ୍ୟତୀତ ମହିଳାମାନେ ଦୁଃଖସମୟରେ ନିଜ ସାଥୀକୁ ସହଯୋଗ କରିଥାଆନ୍ତି ।

youtube
0 45

ମନୁଷ୍ୟ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ମାତ୍ର ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଃଖକୁ ବେଶୀ ସହ୍ୟ କରିଥାଆନ୍ତି । ନିଜକୁ ସମ୍ଭାଳି ଅନ୍ୟକୁ ସମ୍ଭଳାିବାର ତାକତ ମଧ୍ୟ ମହିଳାଙ୍କ ପାଖରେ ଥାଏ । ତେଣୁ ମାନସିକ ସ୍ତରରେ ମହିଳାମାନେ ନିଜ ସାଥୀକୁ ସହାୟତା କରିଥାଆନ୍ତି । ଫଳରେ ସମ୍ପୃକ୍ତ ପୁରୁଷଙ୍କ ମଧ୍ୟରେ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ସହ ଲଢିବାର ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଏକ ଗବେଷଣାରୁ ଜାଣିବାକୁ ମିଳିଛି ।

48

ତେବେ ପୁରୁଷଙ୍କ ସୁଖ ସମୟରେ ଏଭଳି ମହିଳାମାନେ ସେମାନେ ଦେଇଥିବା ମାନସିକ ସହାୟତାର ପ୍ରତିଦାନ କେବେ ମଧ୍ୟ ମାଗି ନ ଥାନ୍ତି ବୋଲି ଗବେଷକ କହିଛନ୍ତି।

videoblocks-sad-couple-not-talking-woman-unable-to-look-man_hvcpqlmew_thumbnail-full04

ଅନ୍ୟପକ୍ଷରେ ମହିଳା ଅସୁବିଧାରେ ପଡିଥିବା ସମୟରେ ଅନେକ ପୁରୁଷ ସେମାନଙ୍କଠାରୁ ଦୂରେଇବା ଆରମ୍ଭ କରିଥାନ୍ତି। ଏହା ମହିଳା ଓ ପୁରୁଷଙ୍କଠାରେ କ୍ଷରଣ ହେଉଥିବା ନାନା ପ୍ରକାର ହରମୋନ୍ ଯୋଗୁ ସୃଷ୍ଟି ହୋଇଥାଏ। ଏସବୁ ହରମୋନ୍ ଦ୍ୱାରା ଉଭୟଙ୍କଠାରେ ଭିନ୍ନ ଭିନ୍ନ ମାନସିକତା ଉତ୍ପନ୍ନ ହୋଇଥାଏ। ଫଳରେ ମହିଳାମାନଙ୍କଠାରେ ଅଧିକ ଦୟା ଭାବ ସୃଷ୍ଟି ହୋଇଥାଏ। ସେହିପରି ହରମୋନର ପ୍ରଭାବ ଯୋଗୁ ପୁରୁଷଙ୍କ ମଧ୍ୟରେ ଖାମ୍ ଖିଆଲୀ ମନୋଭାବ ଜାତ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

sad-couple-hug-cute-adorable-lake

ଏହି ମର୍ମରେ ଗବେଷକ ୨ହଜାର ମହିଳା ଓ ପୁରୁଷଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନେ ଭିନ୍ନ ଭିନ୍ନ ପରିସ୍ଥିତିରେ କିଭଳି ପ୍ରତିକ୍ରିୟା କରୁଛନ୍ତି ତାହା ଲିପିବଦ୍ଧ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯେଉଁଥିରୁ ଜଣାପଡିଥିଲା, ୮୫ ପ୍ରତିଶତରୁ ଅଧିକ ମହିଳା ପୁରୁଷଙ୍କ ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇଥାନ୍ତି। ଅନ୍ୟପକ୍ଷରେ ପ୍ରାୟ ୫୫ ପ୍ରତିଶତ ପୁରୁଷ ମହିଳା ପରିସ୍ଥିତିକୁ ଭଲ ଭାବେ ବୁଝି ପାରିଥାନ୍ତି ଏବଂ ସେମାନଙ୍କ ପ୍ରତି ସମବେଦନା ଜଣାଇଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More