Only for Entertainment

‘ଟ୍ରିପଲ ଏକ୍ସ’ ସିରିଜର ଆଗାମୀ ଫିଲ୍ମରୁ ବାଦ ପଡିଲେ ଦୀପିକା, ଡିସେମ୍ବରରୁ ଆରମ୍ଭ ହେବ ଫିଲ୍ମର ସୁଟିଂ

The Quint
0 139

ଟ୍ରିପଲ ଏକ୍ସ ଫ୍ରାଞ୍ଚାଇଜର ଚତୁର୍ଥ ଫିଲ୍ମ ସହିତ ବିନ ଡିଜେଲ ହଲିଉଡରେ ଧମାକା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ପୂର୍ବରୁ ସେ ୧୨ ବର୍ଷ ଅନ୍ତରାଳରେ ସେ ‘ଟ୍ରିପଲ ଏକ୍ସ: ରିଟର୍ନ ଅଫ ଅକ୍ସେଣ୍ଡର କେଜ’ ଜରିଆରେ ହଲିଉଡକୁ ଫେରିଥିଲେ । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହଲିଉଡରେ ଡେବ୍ୟୁ ମଧ୍ୟ କରିଥିଲେ । କିନ୍ତୁ ଏହାର ଚତୁର୍ଥ ସଂସ୍କରଣରେ ଦୀପିକାଙ୍କୁ ଦେଖିବାକୁ ମିଳିବ ନାହିଁ । ଟ୍ରିପଲ ଏକ୍ସ ସିରିଜର ପ୍ରଥମ ଫିଲ୍ମ ୨୦୦୨ରେ ନିର୍ମାଣ କରାଯାଇଥିଲା ।

xxx3

ଖବର ଅନୁସାରେ ଏହାର ଆଗାମୀ ସଂସ୍କରଣର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ବର୍ଷ ଜାନୁଆରୀରେ ‘ଟ୍ରିପଲ ଏକ୍ସ: ରିଟର୍ନ ଅଫ ଅକ୍ସେଣ୍ଡର କେଜ’ ରିଲିଜ ହୋଇଥିଲା କିନ୍ତୁ ଏହା ଦର୍ଶକଙ୍କ ଉପରେ ଖାସ ପ୍ରଭାବ ପକାଇ ପାରିନଥିଲା । ଏହି ଫିଲ୍ମକୁ ଭାରତ ସମେତ ଅନେକ ଦେଶରେ ରିଲିଜ କରାଯାଇଥିଲା ।

ଏହି ସିରିଜର ଚତୁର୍ଥ ସଂସ୍କରଣ ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହେବ ବୋଲି ଯୋଜନା ଚାଲିଛି । ଏହାର ଚତୁର୍ତ ସିରିଜକୁ ଡେଜି କାରୁସୋ ନିର୍ଦ୍ଦେଶନା ଦେବେ । ସେ ‘ଟ୍ରିପଲ ଏକ୍ସ: ରିଟର୍ନ ଅଫ ଅକ୍ସେଣ୍ଡର କେଜ’ର ମଧ୍ୟ ନିର୍ଦ୍ଦେଶକ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More