Only for Entertainment

ୟେ ହେ ମୋହବତେ’ର ଏହି ଅଭିନେତା ଏବେ ବିପଦ ସହ ଲଢୁଥିବାର ଆସିବେ ନଜର !

india today
0 75

ଟିଭିରେ ଏକ ରିଆଲିଟି ଶୋ ଆସିବାକୁ ଯାଉଛି । ଯେଉଁଥିରେ ଆମର ଏବଂ ଆପଣଙ୍କ ପ୍ରିୟ କଳାକାର ବିପଦ ସହ ଲଢୁଥିବାର ନଜର ଆସିବେ । ଆଜ୍ଞା ହଁ, ଆମେ ଏଠାରେ ଖତରୋଁ କେ ଖିଲାଡି ବିଷୟରେ କହୁଛୁ । ଏହାର ଆଉ ଏକ ସିଜନ ଖୁବ ଶୀଘ୍ର ଆସିବାକୁ ଯାଉଛି । ବର୍ତ୍ତମାନ ଖତରୋଁ କେ ଖିଲାଡି ସିଜନ୯ ପାଇଁ କଳକାରଙ୍କ ନାଁ ସାମ୍ନାକୁ ଆସୁଛି । ଖବର ମୁତାବିକ ଏହି ଶୋ’ରେ ଏଥର ଟିଭିର ହ୍ୟାଣ୍ଡସମ ହଙ୍କ କୁହାଯାଉଥିବା ଅଭିନେତା ଅଲୀ ଗୋନି ମଧ୍ୟ ନଜର ଆସିବେ । ସିରିଅଲ ୟେ ହେ ମୋହବତେରେ ପପୁଲାର ହୋଇଥିବା ଅଲୀ ଗୋନି ଏବେ ବିପଦ ସହ ଲଢେଇ କରୁଥିବାର ନଜର ଆସିବେ ।

ରିପୋର୍ଟ ମୁତାବକ ଗତ କିଛି ଦିନ ପୂର୍ବେ ଅଲୀ ସିରିଅଲ ୟେ ହେ ମୋହବତେରୁ ବିଦାୟ ନେଇଥିଲେ । ଏବେ ପୁଣି ଥରେ ବିଦାୟ ନେଇଛନ୍ତି ଅଲୀ ସିରିଅଲରୁ । ଅଲୀ ଏହାପୂର୍ବରୁ ଯାଇଥିଲେ ମାତ୍ର ଫ୍ୟାନ୍ସଙ୍କ ଡିମାଣ୍ଡ ପାଇଁ ମେକର୍ସ ତାଙ୍କୁ ଆଉଥରେ ଶୋ’କୁ ଆଣିଥିଲେ । ମାତ୍ର ସେ ଏବେ ଖତରୋଁ କେ ଖିଲାଡି ପରେ ଶୋକୁ ଫେରିବେ କି ନାହିଁ ଏହା କହିବା କଠିନ ଅଟେ । ଏଠାରେ ଆମେ କହି ରଖୁଛୁ ଯେ ଖତରୋଁ କେ ଖିଲାଡି ସିଜନ୯ରେ ରୋହିତ ସେଟ୍ଟୀ ହୋଷ୍ଟ କରିବେ । ଏହି ଶୋରେ ଏଥର ଅବିକା ଗୌର, ରୋହନ ମେହରା ଏବଂ ଜୈନ ଇମାମଙ୍କ ଭଳି କଳାକାର ନଜର ଆସିବେ । ଏବେ ଏହି ଲିଷ୍ଟରେ ଅଲୀ ଗୋନିଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି । ଦେଖାଯାଉ ଆଗକୁ କଣ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More