Only for Entertainment

୬ ବର୍ଷ ବୟସରେ ମିଲିଓନେୟାର ! ଭିଡିଓ ଜରିଆରେ ରୋଜଗାର କରୁଛି କୋଟି କୋଟି ଟଙ୍କା ।

Outside Insight
0 42

ଖେଳନା ଶିଶୁଙ୍କର ଅତି ପ୍ରିୟ । ଖେଳନା କିଣିବା ପାଇଁ ତା ସହିତ ଖେଳିବା ପାଇଁ ପ୍ରତ୍ୟେକ ପିଲା ଜିଦି କରିଥାନ୍ତି । କିନ୍ତୁ ଏହି ଖେଳନା ପାଇଁ ଜଣେ ଶିଶୁ ମିଲିଓନେୟାର ବନିଯିବ ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଥିବା କିନ୍ତୁ ଏହା ସତ ।

ଏହି ଶିଶୁର ନାମ ହେଉଛି ରେୟାନ୍ । ରେୟାନ୍ ଗତ ବର୍ଷ ୟୁଟ୍ୟୁବରେ ଗୋଟିଏ ଭିଡିଓ ଅପଲୋଡ୍ କରିଥିଲେ । ଏହି ଭିଡିଓ ଜରିଆରେ ରେୟାନ୍ ୧ କୋଟି ଡଲାରରୁ ଅଧିକ ରୋଜଗାର କରିଥିଲେ । ରେୟାନର ୟୁଟ୍ୟୁବରେ ୬ଟି ଚ୍ୟାନେଲ ଅଛି , ଯେଉଁଥିରେ ଭିଡିଓ ଅପଲୋଡ୍ କରାଯାଏ । ଏହି ଭିଡିଓକୁ ପାଖାପାଖି ୧.୫ କୋଟି ଡଲାରରୁ ବି ଅଧିକ ଲୋକ ଦେଖିସାରିଛନ୍ତି । ଏତିକି ରୋଜଗାର କରି ଏହି ଶିଶୁ ୟୁଟ୍ୟୁବରୁ ସବୁଠାରୁ ଅଧିକ ରୋଜଗାର କରୁଥିବା ୮ମ ବ୍ୟକ୍ତି ବନିଯାଇଛି । କେବଳ ଏହା ହିଁ ନୁହେଁ ୱାଲମାର୍ଟ ଭଳି କମ୍ପାନୀ ମଧ୍ୟ ଏହି ଶିଶୁର ଫ୍ୟାନ ହୋଇଯାଇଛି ।

ryan-world

ରେୟାନ୍ ୩ ବର୍ଷ ବୟସରୁ ଖେଳନାର ରିଭ୍ୟୁ କରେ । ପ୍ରତି ଖେଳନାକୁ ପରଖି ତାହାର ବିଶ୍ଲେଷଣ କରେ । ଏହା ସହିତ ସେହି ଖେଳନା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରେ । ଏହି ରିଭ୍ୟୁ ଗୁଡିକୁ ୟୁଟ୍ୟୁବରେ ଦେଖି ଲୋକମାନେ ନିଜ ପିଲାଙ୍କ ପାଇଁ ଭଲ ଖେଳନାର ଚୟନ କରନ୍ତି । ଆଉ ମଧ୍ୟ ରେୟାନ୍ ନିଜ ନାମରେ ଖେଳନା ତିଆରି କରିଛି, ଯାହାକୁ ଆମେରିକାରେ ବିକ୍ରି କରାଯିବ । ଏହି ଖେଳନା ଗୁଡିକୁ ୱାଲମାର୍ଟର ଆମେରିକାରେ ସ୍ଥିତ ୨୫୦୦ରୁ ଅଧିକ ଦୋକାନ ଓ ୱେବସାଇଟରେ ବିକ୍ରି କରାଯିବ । ଏହି ଖେଳନାର ବିକ୍ରି ଅକ୍ଟୋବରରୁ ଆରମ୍ଭ ହୋଇଯିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More