Only for Entertainment

ଭିଡିଓ ପାଇଁ ଅଡୁଆରେ ପ୍ରିୟା ପ୍ରକାଶ !

DNA India
0 65

ମୁଜିକ ଭିଡିଓ ଜରିଆରେ ଇଣ୍ଟରନେଟରେ ଚହଳ ପକାଇଥିବା ମାଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ଏବେ ଛନ୍ଦି ହୋଇଯାଇଛନ୍ତି ନ୍ୟାୟିକ ଜାଲରେ । ଉକ୍ତ ଗୀତକୁ ନେଇ ପ୍ରିୟାଙ୍କ ସମେତ ଏହାର ନିର୍ମାତା ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ଦାଏର ହୋଇଛି । ମୁସଲମାନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଠେସ ଦେଇଥିବା ଅଭିଯୋଗରେ ଅଭିନେତ୍ରୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ଦାଏର କରାଯାଇଛି ।

Priya

ପ୍ରିୟାଙ୍କ ମାଲାୟଲମ ଫିଲ୍ମ ‘ଓରୁ ଆଦର ଲଭ’ର ଗୀତ ‘ମାଣିକ୍ୟ ମାଲାୟାରୀ ଭୁବି’ ସୋସିଆଲ ମିଡିଆରେ ରିଲିଜ ହେବା ପରେ ଚାରିଆଡେ ଚହଳ ପକାଇଛି । ଏପରି କି ନିଜର ଏକ୍ସପ୍ରେଶନ ଏବଂ ଚମତ୍କାର ଅଭିନୟ ଯୋଗୁ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ପ୍ରିୟା । ସ୍କୁଲ ଟାଇମ୍ ଲଭ ଷ୍ଟୋରୀ ଉପରେ ଆଧାରିତ ଏହି ଗୀତକୁ ଚାରିଆଡୁ ପ୍ରଶଂସା କରାଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ତେଲେଙ୍ଗାନାର ଏକ ମୁସଲମାନ ସଙ୍ଗଠନ । ଗୀତର ଚିତ୍ରଣ ଏବଂ ଏହାର ଲେଖା ପ୍ରୋଫେଟ ମହମ୍ମଦଙ୍କ ଜୀବନୀ ସହ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ହାଇଦ୍ରାବାଦ ମୁସଲମାନ ସଙ୍ଗଠନର ସଦସ୍ୟମାନେ ପୋଲିସ ନିକଟରେ ପ୍ରିୟା ଏବଂ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ।

priya-prakash

ବିବାଦ ଘନେଇବା ପରେ ପ୍ରିୟା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଯେଉଁ ଲୋକପ୍ରିୟତା ମିଳିଛି ତାହା ହଠାତ ମିଳିଛି । ଆଖିରେ ଇଙ୍ଗିତ ଦୃଶ୍ୟ ପୂର୍ବରୁ ନଥିଲା । ପରେ ଏଥିରେ ଯୋଡାଯାଇଛି । ଏହି ବିଷୟରେ କିଭଳି ପ୍ରତିକ୍ରିୟା ରଖିବି ତାହା ଜାଣିପାରୁ ନାହିଁ ବୋଲି ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More