Only for Entertainment

ବରାକ ଓବାମା ପତ୍ନୀ ମିଶେଲଙ୍କ ସହିତ ମିଶି ନିର୍ମାଣ କରିବେ ଫିଲ୍ମ, ନେଟଫ୍ଲିକ୍ସ ସହିତ କଲେ ଡିଲ

FarmWeek
0 62

ଆମେରିକା ପୂର୍ବ ରାଷ୍ଟ୍ରପତି ବରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ନେଟଫ୍ଲିକ୍ସ ସହିତ ଏକ ଡିଲ କରିଛନ୍ତି । ଏହି ଡିଲ ଅନୁସାରେ ଓବାମା ଏବଂ ତାଙ୍କ ପତ୍ନୀ ନେଟଫ୍ଲିକ୍ସ ପାଇଁ ଟିଭି ଶୋ’ ଏବଂ ଫିଲ୍ମ ପ୍ରଡ୍ୟୁସ କରିବେ । ନେଟଫ୍ଲିକ୍ସ ଦ୍ୱାରା ଏହି ଘୋଷଣା ସୋମବାର କରାଯାଇଛି । ଏହି ମଲ୍ଟି ଇୟର ଏହି ଡିଲ ଅନୁସାରେ ଦୁହେଁ ସ୍କ୍ରିପ୍ଟଡ ଏବଂ ଅନସ୍କ୍ରିପ୍ଟଡ ସିରିଜ ଉପରେ କାମ କରିବେ । ଏହା ସହିତ ସେ ଡକ୍ୟୁମେଣ୍ଟଟ୍ରିଜ ଏବଂ ଫିଚର ଫିଲ୍ମର ମଧ୍ୟ ନିର୍ମାଣ କରିବେ ।


ବରାକ ଓବାମା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ତାଙ୍କ ପାଇଁ କୌଣସି ବଡ ଖୁସି ଠାରୁ କମ ନୁହେଁ । ଏହା ସହିତ ସେ କହିଛନ୍ତି ଏପରି କରିବା ଦ୍ୱାରା ଅନେକ ଲୋକଙ୍କ ସହିତ ମିଳିବାର ସୁଯୋଗ ମିଳିବ । ଯେଉଁ ଲୋକମାନେ ଜୀବନରେ ବହୁତ କିଛି ଦେଖିଛନ୍ତି ଏବଂ ଯାହାର ଭିନ୍ନ ଏକ କାହାଣୀ ରହିଛି ସେପରି ଲୋକଙ୍କ କାହାଣୀକୁ ଆମେ ଦର୍ଶାଇବାକୁ ଚେଷ୍ଟା କରିବୁ ।

ଆପଣଙ୍କୁ କହିରଖୁଛୁ ଯେ ନେଟଫ୍ଲିକ୍ସ ଦୁନିଆରେ ସବୁଠାରୁ ବଡ ଅନଲାଇନ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ । ପୁରା ଦୁନିଆରେ ଏହାର ପାଖାପାଖି ୧୨୫ ମିଲିୟନ ସବସ୍କ୍ରାଇବର ଅଛନ୍ତି । ୧୯୯୭ରେ ରିଡ ହେଷ୍ଟିଙ୍ଗ ଏବଂ ମାର୍କ ରେନଡୋଲ୍ଫ ଏହାର ଆରମ୍ଭ କରିଥିଲେ । ୨୦୦୭ରେ ନେଟଫ୍ଲିକ୍ସ ନିଜ ବିଜନେସକୁ ଆଗକୁ ବଢାଇ ଅନଲାଇନ ଷ୍ଟ୍ରିମିଙ୍ଗର ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More