ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ବିଟ୍, ମିଳିବ ଅନେକ ଫାଇଦା
ବିଟ୍ ଏଭଳି ଏକ ପରିବା ଯାହାର ଉପଯୋଗ ଖୁବ୍ କମ୍। କିନ୍ତୁଏହାର ଉପକାରିତା ସଂପର୍କରେ ଜାଣିଲେ ପ୍ରତିଦିନ ବିଟ୍ ଖାଇବା ଆରମ୍ଭ କରିବେ।
- ପ୍ରଥମ କଥା ହେଲା ବିଟ୍ ହେଉଛି ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ୍। ଏହା ଶରୀରର ରକ୍ତରେ ଥିବା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ହୃଦ୍ଘାତରୁ ମଧ୍ୟ ରକ୍ଷା କରିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।
- ବିଟ୍ରେ ପ୍ରଚୁର ପରିମାଣରେ ଫଲିକ ଏସିଡ୍ ରହିଛି, ଯାହା ଗର୍ଭସ୍ଥ ଶିଶୁମାନଙ୍କ ପାଇଁ ଅମୃତ ତୁଲ୍ୟ। ଗର୍ଭସ୍ଥ ସନ୍ତାନର ସ୍ପାଇନାଲ୍ କର୍ଡର ଗଠନକୁ ଶକ୍ତ କରିଥାଏ ଏହା। ତା’ଛଡା ଗର୍ଭବତୀ ମହିଳା ମାନେ ବିଟ୍ ଖାଇଲେ ସେମାନଙ୍କୁ ଶାରୀରିକ ଶକ୍ତି ମିଳିଥାଏ।
- ବିଟ୍ ଖାଇଲେ ଅଷ୍ଟିଓ ପୋରୋସିସ୍ ରୋଗର ଆଶଙ୍କା ହ୍ରାସ ପାଇଥାଏ। ଏହା ଦାନ୍ତ ଓ ହାଡକୁ ମଧ୍ୟ ଶକ୍ତ କରିଥାଏ। ନିୟମିତ ବିଟ୍ ଖାଉଥିବା ଲୋକଙ୍କୁ ସହଜରେ ମଧୁମେହ ରୋଗ ହୋଇ ନଥାଏ।
- ବିଟ୍ରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବା ହେତୁ ଏହା ଆନେମିଆ ରୋଗରୁ ଉପଶମ କରିଥାଏ।
- ବିଟ୍କୁ ପ୍ରାକୃତିକ ‘ଭାଏଗ୍ରା’ ବୋଲି ମଧ୍ୟ କୁହାଯାଏ। ଏହା ଯୌନ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ସେକ୍ସ ହରମୋନ୍ସ ଉତ୍ପନ୍ନ କରିବାରେ ସହାୟତା କରିଥାଏ।
- ବିଟ୍ ଖାଇଲେ ପ୍ରୋଟେଷ୍ଟ ଓ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ କ୍ଷୀଣ ହୋଇଥାଏ।
- ନିୟମିତ ଭାବେ ବିଟ୍ ଖାଇଲେ ମସ୍ତିଷ୍କର କ୍ଷମତା ବୃଦ୍ଧି ପାଇଥାଏ। ଯେଉଁମାନଙ୍କର ଖାଦ୍ୟ ହଜମ ଓ ଲଘୁଶଙ୍କା ବେଳେ ସମସ୍ୟା ରହିଥାଏ, ସେମାନେ ବିଟ୍ ଖାଇଲେ ସେଥିରୁ ଆଶ୍ୱସ୍ତି ମିଳିଥାଏ।