Only for Entertainment

ଭାଗ୍ୟ ବଦଳାଇଥାଏ ଶୁଖିଲା ଲଙ୍କା । ଜାଣନ୍ତୁ କିପରି?

brija overseas
0 82

ଶୁଖିଲା ଲଙ୍କାକୁ ରୋଷେଇରେ ସମସ୍ତେ ବ୍ୟବହାର କରନ୍ତି । କିନ୍ତୁ ଆଜି ଆମେ ଜାଣିବା ଏହା କିପରି ଭାଗ୍ୟ ବଦଳାଇଥାଏ ।

ଏକ କପଡ଼ାରେ ଶୁଖିଲା ଲଙ୍କା ବାନ୍ଧି ବେଡ ତଳେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ କୌଣସି ସମସ୍ୟା ଦେଖାଦେବ ନାହିଁ ।

ଯଦି କୌଣସି ଛୋଟ ପିଲା ବା ବୟସ୍କଙ୍କୁ ନଜର ଲାଗିଯାଇଛି ତେବେ ଶୁଖିଲା ଲଙ୍କାରେ ନଜର ଲାଗିଥିବା ବ୍ୟକ୍ତିଙ୍କୁ ଝାଡ଼ନ୍ତୁ । ଏହାପରେ ଲଙ୍କାକୁ ଜଳୁଥିବା ଚୁଲ୍ଲା ଉପରେ ରଖି ଜାଳି ଦିଅନ୍ତୁ ।

ଯଦି ଆପଣଙ୍କର କୌଣସି କାମରେ ବାଧା ସୃଷ୍ଟି ହେଉଛି ତେବେ ଶୁଖିଲା ଲଙ୍କାର ୨୧ଟି ଦାନାକୁ ଏକ ଢାଳ କିମ୍ବା ଜଗରେ ପରିପୂର୍ଣ୍ଣ ଜଳରେ ପକାନ୍ତୁ । ଏହାକୁ ୭ ଥର ନିଜ ଉପରେ ଛିଂଚନ୍ତୁ । ଏହାପରେ ଏହି ଜଳକୁ ଘର ବାହାର ସଡ଼କକୁ ଫିଙ୍ଗି ଦିଅନ୍ତୁ ।

ଘରେ ଧନ ଲାଭ ପାଇଁ ଏକ ରୁମାଲରେ ୭ଟି ଶୁଖିଲା ଲଙ୍କା ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More