ଆଖି ସହିତ ଜଡ଼ିତ ସମସ୍ୟାକୁ ଚୁଟକୀରେ ଦୂର କରିବ ହଳଦୀ,ଜାଣିବା ପାଇଁ ପଢନ୍ତୁ ।
ରୋଷେଇ ଘରେ ହଳଦୀର ବ୍ୟବହାର ତ ଆମେ ସମସ୍ତେ ଜାଣିଥାଉ । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇଥାଏ ତାହା ନୁହେଁ ବରଂ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ଆପଣ ଜାଣନ୍ତିକି ଏହା ଆଖି ସହିତ ଜଡ଼ିତ କେତେକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।
ନିକଟରେ ବୈଜ୍ଞାନିକ ଏକ ଅଧ୍ୟୟନ କଲେ ଏବଂ ଜଣାଗଲାଯେ ହଳଦୀର ବ୍ୟବହାର କରି ଏକ ଆଇ ଡ୍ରପ ଭାବରେ ରେଟିନା କୋଶିକା କ୍ଷତିକମ କରିଥାଏ ।
ଏହି ଆଇ ଡ୍ରପକୁ ଆଖିରେ ପକାଇବା ଦ୍ୱାରା ଆଖିର କେତେକ ସମସ୍ୟା ଦୂର ହୋଇଥାଏ । ଏହା ରେଟିନଲ ସେଲ୍ସକୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ । ଲଣ୍ଡନର ଜଣେ ପ୍ରଫେସରଙ୍କ କହିବା ଅନୁସାରେ ଏହା ଗ୍ଲୁକୋମା ଏବଂ ଅଲଜାଇମର ରୋଗରୁ ରକ୍ଷା କରିଥାଏ । ଏହି ଆଇ ଡ୍ରପ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ମିଳିପାରେ ।