Only for Entertainment

ଲିଫ୍ଟରେ ଖାଦ୍ୟ ସହ ଡେଲିଭରୀ ବୟ କଲେ କିଛି ଏଭଳି, ଦେଖିଲେ ଆପଣ ମଧ୍ୟ ରାଗିଯିବେ !

khabarNDTV
0 70

ଚୀନର କିଛି ଏଭଳି ହୋଇଛି ଯାହା ସମସ୍ତ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ଭିଡିଓ ଦେଖି ଆପଣଙ୍କୁ ରାଗ ଆସିଯିବ । ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ ୱେଇବୋରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଡେଲିଭରି ବୟ ଖାଇବା ନେଇ ଲିଫ୍ଟରେ ଯାଉଛି । ଯାହାକୁ ସେ ଖୋଲି ମଜାରେ ଖାଇବା ନଜର ଆସିଛି । ଏହି ଘଟଣା ଶିହୁଇ ସହରରେ ଘଟିଛି । ଯାହାର ଭିଡିଓ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ଏକ ରିପୋର୍ଟ ମୂତାବକ ଚୀନର ପପୁଲାର ଫୁଡ ଡେଲିଭରି ଆପ ମୀଟୁଆନ ଭିଡିଓ ଭାଇରାଲ ହେବା ପରେ ଡେଲିଭରି ବୟକୁ ବାହାର କରି ଦେଇଛନ୍ତି । ଶନିବାର ଏହି ଭିଡିଓ ଶେୟାର କରାଯାଇଥିଲା ଯାହାକୁ ଏବେ ପର୍ଯ୍ୟନ୍ତ ୨ଲକ୍ଷରୁ ଉଦ୍ଧ୍ୱର୍ ମିଳିଥିବା ସହ ୬୦୦ରୁ ଅଧିକ ଶେୟାର ମଧ୍ୟ କରାଯାଇଛି । ଏହି ଭିଡିଓ ଦେଖି ଲୋକମାନେ ମଧ୍ୟ ଖୁବ ରାଗି ଯାଇଛନ୍ତି ।

ଏଭଳି ଘଟଣା ପ୍ରଥମ ଥର ହୋଇ ନାହିଁ ଏହା ପୂର୍ବରୁ ଏକ ଡିଲିଭରୀ ବୟ କଷ୍ଟମରଙ୍କ ସୁପ ପି ସେଥିରେ ୟୁରିନ ଭରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More