Only for Entertainment

ଡାଇବେଟିସ ଆଶଙ୍କା ହ୍ରାସ କରିବ କଫି !

peaberrys
0 58

ଡାଇବେଟିସ ସମସ୍ୟା ଏବେ ଖୁବ ବଢିବାରେ ଲାଗିଛି ।  ଏହାକୁ ସାଧାରଣ ରୋଗ ଭାବନ୍ତୁ ନାହିଁ । ଏହି କାରଣରୁ ଅନେକ ସମସ୍ୟା ଦେଖାଯାଇଥାଏ । ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି । ତେଣୁ ଏଥିପ୍ରତି ଖୁବ ଯତ୍ନବାନ  ରହିବା ଆବଶ୍ୟକ ।

ଆପଣ ଜାଣନ୍ତି କି ଡାଇବେଟିସ ରୋଗୀଙ୍କ ପାଇଁ କଫି ବେଶ ଲାଭଦାୟକ । ତେଣୁ ଏହି ସମସ୍ୟା ଥିବା ବ୍ୟକ୍ତି ପ୍ରତିଦିନ ସକାଳୁ କଫି ସହ ଦିନ ଆରମ୍ଭ   କରିବା ଉଚିତ । କଫିରେ  ଥିବା ପୋଷକ ତତ୍ତ୍ୱ ଡାଇବେଟିସ ଆଶଙ୍କାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଚୀନର ଗବେଷକମାନେ ଏହା ପ୍ରକାଶ କରିଚନ୍ତି ଯେ ପ୍ରତିଦିନ ଏକ କପ କଫି  ପିଇଲେ ଟାଇପ-୨  ଡାଇବେଟିସ ଆଶଙ୍କାକୁ ହ୍ରାସ କରିହେବ । ଗବେଷକମାନେ ଟାଇପ-୨ ଡାଇବେଟିସ ହୋଇଥିବା ଏକ ନିୟୁତ ଲୋକଙ୍କୁ ନେଇ ଏକ ଗବେଷଣା କରିଥିଲେ । ଏହି ଲୋକଙ୍କ ମଧ୍ୟରୁ ଯେଉଁମାନେ ନିୟମିତ କଫି ପିଉଥିଲେ ସେମାନଙ୍କଠାରେ ୩୦ ପ୍ରତିଶତ କମ ଡାଇବେଟିସ -୨ର ହେବାର  ଦେଖାଯାଇଥିଲା । ଏହା ସହିତ କଫି ମଧ୍ୟ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More